ନିମ୍ବ ପତ୍ରର ଫାଇଦା ଜାଣିଲେ ଆପଣଙ୍କୁ ବିଶ୍ବାସ ହେବ ନାହିଁ, ଭଲ କରିଦିଏ ଏହି 10ଟି ଭୟଙ୍କର ରୋଗ ( Healthy Tips )

ଆଗକାଳରୁ ହିଁ ନିମ୍ବ ପତ୍ରକୁ ବିଭିନ୍ନ ରୋଗରର ଉପଚାର ପାଇଁ ବ୍ୟବହାର କରାଯାଉଛି । ନିମ୍ବ ପତ୍ର ଦ୍ଵାରା ଔଷଧ ମଧ୍ୟ ତିଆରି ହୋଇଥାଏ । ନିମ୍ବ ପତ୍ରକୁ ଏକ ନିର୍ଦ୍ଦିଷ୍ଟି ମାତ୍ରାରେ ବ୍ୟବହାର କରିଲେ ଏହା ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଏହାକୁ ସଠିକ ରୂପରେ ବ୍ୟବହାର ନ କରିଲେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାର ବି ହୋଇପାରେ । ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ରୋଗ ପାଇଁ କେଉଁଭଳି ଓ କେତେ ମାତ୍ରାରେ ନିମ୍ବ ପତ୍ର ବ୍ୟବହାର କରିବେ ।

କହିବାକୁ ଗଲେ ବର୍ତ୍ତମାନ ଡାଏବେଟିସ ପ୍ରାୟତଃ ସମସ୍ତଙ୍କ ପାଇଁ ବହୁତ ବଡ ସମସ୍ୟା ହୋଇ ଥାଏ । ଯଦି ଆପଣ ସବୁଦିନ ସକାଳୁ ଉଠି ଖାଲି ପେଟରେ ୩ ଟି ନିମ୍ବପତ୍ର ଚୋବାଇ ଚୋବାଇ ଏହାର ସେବନ କରିବେ ତେବେ ଏଥିରେ ଥିବା ପୋଷାକ ତତ୍ଵ ଆପଣଙ୍କ ରକ୍ତରେ ସୁଗାରର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ ।

ନିମ୍ବ ପତ୍ରରେ ଥିବା ଔଷଧୀୟ ଗୁଣ ରକ୍ତକୁ ସଫା ରଖିବା ସହ ରକ୍ତ ସଂଚାଳନକୁ ସଠିକ ରଖିଥାଏ । ଏହା ରକ୍ତନଳୀକୁ ସଙ୍କୁଚିତ ହେବାକୁ ଦିଏ ନାହିଁ, ସେଥିପାଇଁ ଉଚ୍ଚ ରକ୍ତଚାପର ସମ୍ଭାବନା ବହୁତ କମ ଥାଏ ଓ ହୃଦଘାତର ଭୟ ନ ଥାଏ । ସେଥିପାଇଁ ସବୁଦିନ ସକାଳେ ନିମ୍ବ ପତ୍ରର ସେବନ କରନ୍ତୁ । ନଚେତ ଆପଣ ନିମ୍ବ ପତ୍ରର ଜୁସ ବି ସେବନ କରି ପାରିବେ । ତ୍ଵଚା ରୋଗ ପାଇଁ ବି ନିମ୍ବ ପତ୍ର ରାମବାଣ ସଦୃଶ ଅଟେ ।

ଯଦି ଆପଣଙ୍କ ଚେହେରାରେ କୌଣସି ବି ପ୍ରକାରର ଇନଫେକସନ ହୋଇଛି ତେବେ ଏଥିପାଇଁ ଆପଣ ପ୍ରଥମେ ୧୫ ରୁ ୨୦ ଟି ନିମ୍ବ ପତ୍ର ଧୋଇ ଏହାକୁ ଗ୍ରାଇଡିଙ୍ଗ କରି ଦିଅନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ଇନଫେକସନ ଜାଗାରେ ୧୫ ଦିନ ଲଗାତର ଲଗାନ୍ତୁ । ଏହିଭଳି କରିବା ଦ୍ଵାରା ସମସ୍ତ ପ୍ରକାରର ଇନଫେକସନ ଭଲ ହୋଇଯାଏ । ଝାଲର ଦୁର୍ଗନ୍ଧ ଓ ଘିମିରି ଭଳି ରୋଗରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ଗୋଟିଏ ଗ୍ଳାସରେ କିଛି ନିମ୍ବ ପତ୍ର ନେଇ ତାକୁ ଫୁଟାନ୍ତୁ ।

ଏହି ପାଣିକୁ ଗୋଟିଏ ବାଲ୍ଟି ପାଣିରେ ମିଶାଇ ଦିଅନ୍ତୁ । ଏହି ପାଣିରେ ଗାଧୋଇଲେ ଆପଣଙ୍କୁ ଝାଳରୁ ଓ ଘିମିରିରୁ ମୁକ୍ତି ମିଳିଥାଏ । ନିମ୍ବ ପତ୍ର ସେବନ କରିବା ଦ୍ଵାରା ପେଟରେ ଥିବା ବ୍ୟାକ୍ଟେରିୟା ଓ କୃମିକୁ ବି ମରିଯିବ ଓ ହଜମ ମଧ୍ୟ ହୋଇଥାଏ । ଆପଣଙ୍କୁ ଡାଏବେଟିସ ଅଛି ଓ ଆପଣ ଭୁଲରେ ମିଠା ଖାଇ ଦେଉଛନ୍ତି ତେବେ ଆପଣ ୫ ଟି ନିମ୍ବ ପତ୍ର ଚୋବାଇ ଖାଇ ଦିଅନ୍ତୁ । ଯାହା ସୁଗାରର ଲେବୁଲକୁ ବଢିବାକୁ ଦବ ନାହିଁ ।

ଆଣ୍ଠୁ ଗଣ୍ଠି ବିନ୍ଧା ଅଛି ତେବେ ଆପଣ ନିମ୍ବ ପତ୍ର କିମ୍ବା ନିମ୍ବ ମଞ୍ଜିକୁ ପେଶୀ ଏହାର ତେଲ ବାହାର କରନ୍ତୁ । ଆପଣ ଚାହିଁଲେ ଆୟୁର୍ବେଦ ଦୋକାନରୁ ବି ନିମ୍ବ ତେଲ କିଣି ଆଣି ଆଣ୍ଠୁରେ ଧୀରେ ଧୀରେ ମସାଜ କରିଲେ ଆଣ୍ଠୁ ଫୁଲାକୁ ଭଲ କରିବା ସହ ଯନ୍ତ୍ରଣାକୁ ବି ଭଲ କରିଥାଏ । ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *