ମାତ୍ର 15 ଦିନରେ ଓଜନ କମିଯିବ, ଡାଇବେଟିସ, ଆଣ୍ଠୁଗଣ୍ଠି ବିନ୍ଧା, ଥଣ୍ଡା, କାଶ ହେବ ଦୂର, କେବଳ କରନ୍ତୁ ଏହି ଉପାୟ ( Quick Weightloss )

ଆଜି ଆମେ ଆପଣଙ୍କୁ ଏକ ଔଷଧୀୟ ପତ୍ର ବିଷୟରେ କହିବୁ, ଯାହା ଆପଣଙ୍କ ଶରୀରର ପାଇଁ ଏତେ ଉପକାରୀ ଅଟେ କି ତାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଔଷଧୀୟ ପତ୍ର ଆପଣଙ୍କ ଶରୀରରୁ ବିଭିନ୍ନ ପ୍ରକାରର ରୋଗକୁ ଦୂର କରିଥାଏ । ତେବେ ଚାଳନ୍ତୁ ଜାଣିବା ସେହି ଔଷଧୀୟ ପତ୍ର ବିଷୟରେ ଓ ଏହା ସହିତ ଜଡିତ ଏକ ଉପାୟ ବିଷୟର । ଆମେ ଏଠି ତେଜପତ୍ର ବିଷୟରେ କହୁଛୁ ।

ତେଜପତ୍ର କେବଳ ଖାଦ୍ୟର ସ୍ଵାଦ ବଢାଏ ନାହିଁ, ଏହା ଛଡା ଏହା ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରିଥାଏ । ଆପଣଙ୍କର ଦାନ୍ତରେ କଷ୍ଟ ହେଉଛି, ଡାଏବେଟିସ ଅଛି, ଆଲଜାଇମାର ଭଳି ରୋଗ ଅଛି ତେବେ ତେଜପତ୍ର ଏହି ସବୁ ରୋଗକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

ଏହି ଗଛର ନାଁ ତମାଳ ଗଛ । ଯାହାର ପତ୍ରକୁ ଖରାରେ ଶୁଖାଇ ତେଜପତ୍ର ତିଆରି କରାଯାଏ । ଆୟୁର୍ବେଦିକର କେତେକ ଉପାୟରେ ତେଜପତ୍ର କିମ୍ବା ତେଜପତ୍ର ପାଉଡର ବ୍ୟବହାର କରାଯାଏ । ଯେଉଁ ଲୋକମାନେ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ସେମାନେ ସବୁଦିନ ସକାଳେ ତେଜପତ୍ର ପାଣି ପିଅନ୍ତୁ । ଏଥିପାଇଁ ଆପଣ ଗୋଟିଏ ପାତ୍ରରେ ଗୋଟିଏ ଗ୍ଳାସ ପାଣି ନେଇ ସେଥିରେ ୩ ରୁ ୪ ଟି ପତ୍ର ଭଲ ଭାବରେ ସଫା କରି ପାଣିରେ ରଖି ଦିଅନ୍ତୁ । ଏହାକୁ ଆପଣ ରାତିସାରା ରଖି ପାରିବେ ।

ସକାଳେ ଏହାକୁ ଗ୍ୟାସରେ ଗରମ କରନ୍ତୁ । ସବୁଦିନ ସକାଳେ ଖାଲି ପେଟରେ ଗରମ ଗରମ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ଜମା ହୋଇଥିବା ଚର୍ବି କମ ହେବାକୁ ଲାଗିବ । ଅଳ୍ପ ଥଣ୍ଡା କରି ଏହି ତେଜପତ୍ର ପାଣିକୁ ୧୫ ଦିନ ପର୍ଯ୍ୟନ୍ତ ପିଅନ୍ତୁ । ଓଜନ କମ କରିବା ସହିତ ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ବହୁତ ଲାଭଦାୟକ । ବହୁତ ପୁରୁଣା ଆଣ୍ଠୁ ଗଣ୍ଠି କିମ୍ବା ଶରୀରର ବ୍ୟଥା ହୋଇଥାଉ ତାହା ଭଲ ହୋଇଯିବ ।

ଆପଣ ତେଜପତ୍ରକୁ ଗୁଣ୍ଡ କରି ସେବନ କରିବେ ତେବେ ଆପଣଙ୍କର ଅଳଜାଇମାର ଓ ସ୍ମରଣ ଶକ୍ତି କମ ଅଛି ସେମାନଙ୍କ ପାଇଁ ଏହା ଭଲ ଅଟେ । ଏଥିପାଇଁ ଆପଣ ଗୋଟିଏ ଚାମଚ ତେଜପତ୍ର ପାଉଡର ନେଇ ତାକୁ ଦହିରେ ମିଶ୍ରଣ କରି ସେବନ କରନ୍ତୁ । ତେବେ ଆପଣଙ୍କ ସ୍ମରଣ ଶକ୍ତି ବଢିବାକୁ ଲାଗିବ । ଡାଇବେଟିସ ରୋଗୀଙ୍କ ପାଇଁ ଏହି ଉପାୟ ବହୁତ ଭଲ ଅଟେ । ତେଜପତ୍ରର ତେଲ ବଜାରରେ ମିଳୁଛି ଓ ଆପଣ ସେହି ତେଲକୁ ଆଣ୍ଠୁରେ ମାଲିସ କରିବେ ତେବେ ଆପଣଙ୍କୁ ବହୁତ ଆରାମ ମିଳିବ ।

ଥଣ୍ଡା କାସକୁ ଦୂର କରିବାରେ ବି ତେଜପତ୍ର ସାହାର୍ଯ୍ୟ କରିଥାଏ । ଏଥିପାଇଁ ଆପଣ ୧୦ ରୁ ୧୫ ଟି ତେଜପତ୍ର ନେଇ ଗୁଣ୍ଡ ପ୍ରସ୍ତୁତ କରି ଗ୍ରାଇଡିଙ୍ଗ କରନ୍ତୁ । ଏହାକୁ ଚଳାଇ ଦିଅନ୍ତୁ । ସବୁଦିନ ଅଧ ଚାମଚ ତେଜପତ୍ର ଗୁଣ୍ଡ ସେବନ କରନ୍ତୁ । ଆପଣଙ୍କର ଦାନ୍ତରେ କଷ୍ଟ ହେଉଛି ତେବେ ତେଜପତ୍ର ଗୁଣ୍ଡ ଦ୍ଵାରା ଦାନ୍ତ ସଫା କରନ୍ତୁ । ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *