ପାଳଙ୍ଗ ଶାଗର ଖାଇବା ଦ୍ଵାରା ଶରୀରରେ କଣ ହୋଇଥାଏ ଜାଣିଲେ ଆପଣଙ୍କ ହୋସ ଉଡିଯିବ… ( Healthy Tips )

ବନ୍ଧୁଗଣ ପାଳଙ୍ଗ ଶାଗ ଔଷଧୀୟ ଗୁଣରେ ପୂର୍ଣ୍ଣ ହୋଇଥାଏ । ପାଳଙ୍ଗରେ ଆଇରନ ଓ ପୋଟାସିୟମ ପ୍ରଚୁର ପରିମାଣରେ ରହିଥାଏ । ଏହା ସହ ପାଳଙ୍ଗରେ ଭିଟାମିନ-ଏ ଓ କେ ମଧ୍ୟ ରହିଥାଏ । ଏଥିରେ କ୍ୟାଲସିୟମ, ଫଲିକ ଏସିଡ, ଭିଟାମିନ ବି-12, ବି-6 ରହିଥାଏ । ଆଜି ଆମେ ଆପଣଙ୍କୁ କହିବୁ ପାଳଙ୍ଗ ଶାଗର ସେବନ କେମିତି କରିବା, କେଉଁ ରୋଗ ଦୂର ହେବ ଏବଂ କେଉଁ ଲୋକ ମାନେ ଏହାର ସେବନ କରିବା ଉଚିତ ନୁହେଁ ।

1- ପାଳଙ୍ଗରେ କମ କ୍ୟାଲୋରି ରହିଥାଏ । ଏହାର ସେବନ କରିଲେ ଶରୀର କମ କ୍ୟାଲୋରି ପାଇଥାଏ । ତେଣୁ ଆପଣ ଭୋକିଲା ଅନୁଭବ କରିବେ ନାହି । ଅତ୍ୟଧିକ ଖାଇବାରୁ ବଞ୍ଚି ପାରିବେ । ଯାହା ଓଜନ ହ୍ରାସ କରିବାରେ ସାହାଜ୍ଯ କରେ । ଡାଏଟିଙ୍ଗ କରିବାକୁ ଚାହୁଁଥିଲେ ପାଳଙ୍ଗର ସେବନ କରନ୍ତୁ ।

2- ପାଳଙ୍ଗରେ ଫାଇଭରର ପରିମାଣ ଅଧିକ ରହିଥାଏ । ଏଣୁ ଏହା ପେଟରେ ଧୀରେ ଧୀରେ ହଜମ ହୋଇଥାଏ । କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ପାଚନ କ୍ରିୟାରେ ସାହାଜ୍ଯ କରିଥାଏ ।

3- ଷ୍ଟ୍ରେସ ଦୂର କରିବାରେ ପାଳଙ୍ଗ ବହୁତ ସାହାଜ୍ୟ କରିଥାଏ । ଏଥିରେ ଜିଙ୍କ, ମ୍ୟାଗ୍ନେସିୟମ ରହିଥାଏ । ଯାହା ଆମ ମୁଡକୁ ଭଲ ରଖିବାରେ ସାହାଜ୍ୟ କରିଥାଏ ।

4- ପାଳଙ୍ଗରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ । ତେଣୁ ଏହାର ସେବନ କରିଲେ ଅସ୍ଥି ଷ୍ଟ୍ରଙ୍ଗ ହୋଇଥାଏ , ଆଁଠୁଗଣ୍ଠି ସମସ୍ଯା ଥିଲେ ଏହାର ସେବନ କରିପାରିବେ ।

5- ପାଳଙ୍ଗରେ ପ୍ରଚୁର ଆଇରନ ରହିଥାଏ ଯାହା ଶରୀରରେ ହିମୋଗ୍ଲୋବିନ ତିଆରିରେ ସାହାଜ୍ଯ କରିଥାଏ । ଯଦି ଆପଣ ଅଳ୍ପ କାମ କରି ଥକା ଅନୁଭବ କରୁଛନ୍ତି ତେବେ ହିମୋଗ୍ଲୋବିନ କମ ଯୋଗୁ ହୋଇଥାଏ । ଏଣୁ ପାଳଙ୍ଗର ସେବନ କରନ୍ତୁ ।

6- ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ପୋଟାସିୟମର ମୁଖ୍ୟ ଭୂମିକା ରହିଥାଏ । ଯେହେତୁ ପାଳଙ୍ଗରେ ପ୍ରଚୁର ପରିମାଣରେ ପୋଟାସିୟମ ଥାଏ ତେଣୁ ଏହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଉତ୍ତମ ଖାଦ୍ୟ ଅଟେ ।

7- ପାଳଙ୍ଗର ସେବନ କରିଲେ ତ୍ଵଚା ସୁସ୍ଥ ରୁହେ । ଏହା ସ୍କିନରେ ନୂତନ ଟିଷୁ ତିଆରିରେ ସାହାଜ୍ଯ କରେ । ସ୍କିନରେ ପର୍ଯ୍ୟାପ୍ତ ପରିମାନାରେ ଆଦ୍ରତା ମେନ୍ଟେନ କରିଥାଏ । ତେଣୁ ସ୍କିନରେ କୁଞ୍ଚନ ଓ ଗାର ଦେଖାଯାଏ ନାହି । ଯେଉଁ ଲୋକ ମାନଙ୍କୁ କିଡନି ରେ ଷ୍ଟୋନ ସମସ୍ଯା ଥାଏ କିମ୍ବା ଗଣ୍ଠିଆ ରୋଗ ଥାଏ ସେମାନେ ପାଳଙ୍ଗର ସେବନ କରିବା ଉଚିତ ନୁହେଁ ।

ଯେହେତୁ ପାଳଙ୍ଗରେ ପ୍ରଚୁର ଫାଇଭର ରହିଥାଏ ତେଣୁ ଗ୍ଯାସଟିକ ରୋଗୀ ମାନେ ଏହାର ସେବନ କରିବା ଉଚିତ ନୁହେଁ । ପାଳଙ୍ଗର ସେବନ କରିଲେ ଶରୀରରେ ୟୁରିକ ଏସଡି ସୃଷ୍ଟି ହୋଇଥାଏ । ତେଣୁ ଯେଉଁ ମାନଙ୍କୁ ଆଥାଟିକ ସମସ୍ଯା ଥାଏ ବା ଶରୀରରେ ୟୁରିକ ଏସିଡ ବଢିଥାଏ ସେମାନଙ୍କୁ ପାଳଙ୍ଗର ସେବନ କରିବା ଅନୁଚିତ । ପାଳଙ୍ଗକୁ ଯେତେ ସମ୍ଭବ ସାଲାଟ, ଷ୍ଟିମରେ ଅଳ୍ପ ରାନ୍ଧି, ଜୁସ ବନାଇ ଏହାର ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *