ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ପିଅନ୍ତୁ ଆୟୁଷ ମନ୍ତ୍ରାଳୟ ଦ୍ଵାରା କୁହାଯାଇଥିବା ଏହି କାଢା, ଥଣ୍ଡା, କାଶ, କଫ ରୁ ମିଳିବ ମୁକ୍ତି ( Healthy Tips )

ବନ୍ଧୁଗଣ ଆଜିର ସମୟରେ ବହୁତ ଭିନ୍ନ ଭିନ୍ନ ପ୍ରକାରର ରୋଗ ପାଇଁ ସମସ୍ତେ ଚିନ୍ତିତ ରହୁଛନ୍ତି । ସମସ୍ତ ରୋଗ ଠାରୁ ଦୂରେଇ ରହିବାକୁ ହେଲେ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବେଶି ମାତ୍ରାରେ ରହିବ ଦରକାର ହୋଇଥାଏ । ଯଦି ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ଅଧିକ ମାତ୍ରାରେ ଥିବ ତାହେଲେ ଆମେ ସବୁ ରୋଗ ସହିତ ଲଢିପାରିବା । ତେଣୁ ଏହା ବହୁତ ଜରୁରୀ ଅଟେ ଆମ ସ୍ଵାସ୍ଥ୍ୟ ପାଇଁ ।

ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯାହାକୁ ପିଇବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ମାନେ ଇମ୍ମୁନିଟୀ ପାୱାର ବୃଦ୍ଧି ପାଇଥାଏ । ଏହା ହେଉଛି ଏକ ଘରୋଇ କାଢ଼ା ଯାହାକୁ ପ୍ରସ୍ତୁତ କାଟିବା ବହୁତ ସହଜ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଏହି କାଢା ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ଗ୍ୟାସ ରେ ଗୋଟେ ପାତ୍ର ବସାନ୍ତୁ । ଏବଂ ସେଥିରେ ତିନି କପ ପାଣି ଦିଅନ୍ତୁ । ପାଣି ହାଲକା ଉଷୁମ ହେବ ପରେ ଏଥିରେ ଗୋଟା ଡାଲଚିନି ଖଣ୍ଡ କରି ମିଶାନ୍ତୁ । ଡାଲଚିନି ଆମ ଶରୀରରେ ଥଣ୍ଡା ଓ ଜ୍ଵର କୁ ଭଲ କରିଥାଏ । ଏହାପରେ ଏଥିରେ ୫ ଟି ଲବଙ୍ଗ ପକାନ୍ତୁ । ଲବଙ୍ଗ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଏବେ ଏଥିରେ ତିନୋଟି ଗୁଜୁରାତି ଏବଂ ପାଞ୍ଚଟି ଗୋଲମରିଚ ଛେଚି ପକାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ଏଥିରେ ଅଳ୍ପ ଗୁଡ଼ ମିଶାନ୍ତୁ । ତେବେ ବର୍ତ୍ତମାନ ଏଥିରେ ଅଳ୍ପ ଅଦା କୁ ଭଲ ଭାବରେ ଛେଚି ମିଶାନ୍ତୁ । ପାଣି ଭଲ ଭାବରେ ଫୁଟି ଆସିବା ପରେ ସେଥିରେ ଅଧା ଚାମଚ ଜଲଦି ଗୁଣ୍ଡ ମିଶାନ୍ତୁ । ଶେଷରେ ସବୁଠାରୁ ଚମତ୍କାରି ଜିନିଷ ମାନେ ୬ ଟି ତୁଳସୀ ପତ୍ର ଛିଣ୍ଡାଇ ଏଥିରେ ପକାନ୍ତୁ ।

ଏହି ପରେ ଏହି ମିଶ୍ରଣକୁ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏହି ମିଶ୍ରଣ ଆମ ଶରୀର ପାଇଁ ଏତେ ଲାଭଦାୟକ ହୋଇଥାଏ କି ଏହା ଆମକୁ ସବୁ ପ୍ରକାର ରୋଗ ଠାରୁ ଦୂରେଇ ରଖିଥାଏ । ଆପଣ ଏହି ମିଶ୍ରଣକୁ ସକାଳୁ ଖାଲି ପେଟରେ ଏବଂ ସନ୍ଧ୍ୟାରେ ସେବନ କରନ୍ତୁ । ଯଦି ଆପଣଙ୍କୁ ଥଣ୍ଡା, କାଶ, ଜ୍ଵର, କଫ ଆଦି ଭଳି ସମସ୍ୟା ରହିଛି ତେବେ ତାହା ଖୁବ କମ ସମୟରେ ସମ୍ପୂର୍ଣ ଦୂର ହୋଇଯିବ । ଏବଂ ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *