ଆପଣ ସଜନା ଶାଗ ଖାଉଛନ୍ତି କି, ତେବେ ନିଶ୍ଚୟ ଜାଣନ୍ତୁ ଏହି ଖବର ( Healthy Tips )

ସଜନା ଶାଗ ଯେତିକି ସ୍ଵାଦିଷ୍ଟ ହୋଇଥାଏ ଶରୀର ପାଇଁ ସେତିକି ଲାଭଦାୟକ ହୋଇଥାଏ । ଏଥିରେ ଏତେ ଭିଟାମିନ ଓ ମିନରଲ୍ସ ଲୁଚି ଅଛି ଯାହାକି ଆପଣଙ୍କୁ ଅନ୍ୟ କୌଣସି ଖାଦ୍ୟରେ ମିଳିବ ନାହିଁ । ଏହାର ପତ୍ର ଓ ଫଳରେ ଚମତ୍କାରୀ ଲାଭ ଲୁଚି ରହିଛି । ଆଜି ଆମେ ଆପଣଙ୍କୁ ସଜନା ଶାଗର ବିଶେଷତ୍ଵ ବିଷୟରେ କହିବୁ । କହିଦେଉଛୁ କି ସଜନା ଶାଗକୁ ବିଭିନ୍ନ ଜାଗାରେ ବିଭିନ୍ନ ନାଁରେ ଲୋକମାନେ ଜାଣିଛନ୍ତି । ଅର୍ଥାତ ସଜନା ଶାଗର ଭିନ୍ନ ଭିନ୍ନ ପ୍ରକାରର ନାଁ ଅଛି ।

୧୦୦ ଗ୍ରାମ ସଜନା ଶାଗରେ ୫ ଗ୍ଳାସ କ୍ଷୀର ସମାନ କ୍ୟାଲସିୟମ ଥାଏ । ଲେମ୍ବୁ ତୁଳନାରେ ବି ଏଥିରେ ୫ ଗୁଣା ଅଧିକ ଭିଟାମିନ C ମିଳିଥାଏ । ଭିଟାମିନ C, କ୍ୟାଲସିୟମ ଛଡା ଏଥିରେ ପୋଟାସିୟମ, ଆଇରନ, ପ୍ରୋଟିନ, ମାଗ୍ନାସିୟମ, ଓ ଭିଟାମିନ B କମ୍ପ୍ଲେକ୍ସ ଭରପୁର ମାତ୍ରାରେ ମିଳିଥାଏ ।

ବର୍ତ୍ତମାନ ଚାଳନ୍ତୁ ଜାଣିବା ସଜନା ଶାଗ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ । ହଇଜା, ଝାଡା ବାନ୍ତି, ଜଣ୍ଡିସ ଭଳି ରୋଗ ପାଇଁ ସଜନା ପତ୍ରର ରସ ପିଇବା ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କୁ ବହୁତ ଅଧିକ ଥଣ୍ଡା ହୋଇ ଯାଇଛି ତେବେ ଏହାର ପତ୍ର ଓ ଫଳକୁ ପାଣିରେ ଫୁଟାଇ ଏହାର ବାମ୍ଫ ନବା ଦ୍ଵାରା ଆପଣଙ୍କର ବନ୍ଦ ହୋଇଯାଇଥିବା ନାକ ଖୋଲିଯିବ । ଶରୀର କଷ୍ଟ ଓ ଯନ୍ତ୍ରଣା ବି ଦୂର ହୋଇଯାଏ । ଏହାକୁ ନିୟମିତ ରୂପରେ ଯଦି ସେବନ କରୁଛନ୍ତି ରକ୍ତର ଅଭାବ ଦୂର ହୋଇଥାଏ ।

ପିଲାମାନଙ୍କର କୁ ପୋଷଣ ରୋଗକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ସଜନା ଶାଗ ସେବନ କରିବା ଦ୍ଵାରା ଗର୍ଭବତ୍ତୀ ମହିଳା ଓ ସ୍ତନ୍ୟପାନ କରୁଥିବା ମହିଳାମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହା ବ୍ୟକ୍ତିକୁ ଊର୍ଜା ଓ ପୋଷଣ ଦେଇଥାଏ । ଏହା କୋଷ୍ଠ କାଠିନକୁ ଦୂର କରିବାରେ ବି ସାହାର୍ଯ୍ୟ କରିଥାଏ । ଏଥିରେ ଥିବା ଫାଇବାର ଆମର ଶରୀରର ପାଚନତନ୍ତ୍ରକୁ ଭଲ ରଖିଥାଏ ।

ସଜନା ଶାଗ ସେବନ କରିଲେ ଆପଣଙ୍କୁ କେବେ ବି ପେଟ ସମ୍ବନ୍ଧିତ ସମସ୍ୟା ହବ ନାହିଁ । ଏଥିରେ କ୍ୟାଲସିୟମର ମାତ୍ରା ବି ଅଧିକ ଥିବା କାରଣରୁ ଆମ ଶରୀରର ହାଡକୁ ମଜବୁତ କରିଥାଏ । ଏହା ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ବହୁତ ହିଁ ଲାଭଦାୟକ ହୋଇଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରେ । ଆଖି ଓ ମସ୍ତିଷ୍କକୁ ପୋଷଣ ଦେଇଥାଏ ।

ସଜନା ଶାଗ ଆପଣଙ୍କର ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ବି ସାହାର୍ଯ୍ୟ କରିଥାଏ । ବର୍ତ୍ତମାନ ଚାଳନ୍ତୁ ଜାଣିବା ଏହାର ସେବନ କେମିତି କରିବେ । ସଜନା ଶାଗର ତରକାରୀ ଖାଇ ପାରିବେ । ହଇଜା ରୋଗ ପାଇଁ ଆପଣ ଏହାକୁ ପାଣିରେ ଫୁଟାଇ ଖାଇ ପାରିବେ । ଏହାର ପାଉଡର କରି ବି ଖାଇ ପାରିବେ । ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *