ସାରା ରାତି ପାଣିରେ ଭିଜେଇ ଖାଇ ଦିଅନ୍ତୁ ଏହି 5 ଟି ଜିନିଷ, ଶରୀର ଭରିଦେବ ଶଣ୍ଢ ଭଳି ଶକ୍ତି ଆଉ ଜୋସ ( Healthy Tips )

ବନ୍ଧୁଗଣ ଆପଣ ମାନଙ୍କ ଶୀତ ଦିନରେ ଏମିତି କେଉଁ ଜିନିଷ ଖାଇବା ଦ୍ଵାରା ଶାରିରୀକ ଫୁର୍ତ୍ତି ଆସିଥାଏ । ହାଡ ମଜିବୁତ ହୋଇଥାଏ, ଆଖି ଜନିତ ସମସ୍ୟା, କେସ ଝଡ଼ିବା, ତ୍ଵଚାର ଚମକ ଆସୁନଥିବ ତେବେ ତେବେ ଏହି ୫ଟି ଜିନିଷର ସେବନ ଦ୍ୱାରା ଏହି ସବୁ ସମସ୍ୟା ଗୁଡ଼ିକର ସମାଧାନ ହୋଇଯିବ । ସେହି ଚମତ୍କାରି ଜିନିଷ ବିଷୟରେ ଆଜି ଆମେ କହିବୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଆଲସୀ:- ଏହାର ସେବନ କରିବା ଦ୍ଵାରା ଆମ ଶରୀରର ହାଡ ମଜବୁତ ହୋଇଥାଏ । ଏଥିରେ ଭିଟାମିନ, କ୍ୟାଲସିୟମ, ଆଇରନ, ପ୍ରୋଟିନ ଅଧିକ ମାତ୍ରାରେ ରହିଥାଏ ଯେଉଁ କାରଣରୁ ଏହା ହାଡ ଖୁବ କମ ସମୟରେ ମଜବୁତ କରିବାରେ ସାହାଯ୍ୟ କରିଥାଏ । ରାତିରେ ଗୋଟେ ଚାମଚ ଆଲସି ଅଧା ଗିଲାସ ପାଣିରେ ଭିଜେଇ ଦିଅନ୍ତୁ ଏବଂ ସକାଳେ ଏହାକୁ ସେବନ କରନ୍ତୁ । ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଆଲମଣ୍ଡ:- ଏହାକୁ ରାତିରେ ପାଣିରେ ଭିଜେଇ ସକାଳୁ ଖାଲି ପେଟରେ ଏହାର ଚୋପା ଛଡ଼ାଇ ଏହାକୁ ଖାଇବା ଦ୍ଵାରା ଶରୀରରେ ଫୁର୍ତ୍ତି ଆସିଥାଏ । ଏହାର ସେବନ କରିବା ଦ୍ଵାରା ଏଥିରେ ଥିବା ନିଉଟ୍ରିସନ ଆମ ଶରୀରକୁ ମିଳିଥାଏ । ଏହାକୁ ଖାଇବା ଦ୍ଵାରା ସ୍ମରଣ ଶକ୍ତି, କେସ ଝଡ଼ିବା, ଶାରିରୀକ କମଜୋରି ଦୂର ହୋଇଥାଏ । ଏହାକୁ କ୍ଷୀରରେ ପକାଇ ମଧ୍ୟ ସେବନ କରିଲେ ଶରୀର ପାଇଁ ଭଲ ହୋଇଥାଏ ।

ୱାଲନଟ ବା ଅଖରୋଟ:- ଏଥିରେ ଓମେଗା ୩ ଭରପୁର ମାତ୍ରାରେ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଉପକାରିତା ହୋଇଥାଏ । ଏହାକୁ ରାତିରେ ଭିଜେଇ ସକାଳୁ ଖାଇବା ଦ୍ବାରା ଆଖି ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ପ୍ରତେକ ଦିନ କେବଳ ଗୋଟିଏ ଅଖରୋଟ ର ସେବନ କରିବା ଉଚିତ ।

କୋଳଥର ଡାଲି:- ସକାଳେ ପାଣିରେ କୋଳଥ ଡାଲି କୁ ଭିଜେଇ ଏହାକୁ ରାତିରେ ଗୋଟେ କପଡ଼ାରେ ବାନ୍ଧି ଦିଅନ୍ତୁ ଏବଂ ସକାଳେ ଏହାର ସେବନ କରନ୍ତୁ । ଏହି ଡାଲିକୁ ଦୁଇ ଚାମଚ ରୁ ଅଧିକ ସେବନ କରିବା ଉଚିତ ହୋଇନଥାଏ । କାରଣ ଏହା ଶରୀର ପାଇଁ ବହୁତ ଗରମ ଜିନିଷ ଅଟେ । ଏହାର ସେବନ କରିବା ଦ୍ଵାରା ଶାରିରୀକ ଶକ୍ତି ବୃଦ୍ଧି ପାଇଥାଏ ।

ତିଲ:- ଏହାର ସେବନ ଦ୍ୱାରା ଶରୀରରେ ରକ୍ତର ଅଭାବ ପୂରଣ ହୋଇଥାଏ । କ୍ୟାଲସିୟମ ର ଅଭାବ ମଧ୍ୟ ପୂରଣ ହୋଇଥାଏ । ଏହାକୁ ରାତିରେ ଭିଜେଇ ସକାଳେ ସେବନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ଦୂର ହୋଇଥାଏ । ଏହା ବ୍ୟତୀତ ଏହାକୁ ସେବନ କରିବା ଦ୍ୱାରା କେସ ଝଡ଼ିବା ସମସ୍ୟା ମଧ୍ୟ ଶେଷ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ।

Leave a Reply

Your email address will not be published. Required fields are marked *