Thyroid ରୋଗୀ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ହୋଇଥାଏ ବିଷ ସମାନ ( Healthy Tips )

ଥାଇରଏଡ଼ ରୋଗୀ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ । ବର୍ତମାନ ସମୟରେ ଥାଇରଏଡ଼ ରୋଗ ଏକ ସାଧାରଣ ରୋଗ ହୋଇସାରିଲାଣି । ରିପୋର୍ଟ ଅନୁସାରେ ପ୍ରତି ୧୦ ଜଣ ମଧ୍ୟରୁ ଜଣେ ବ୍ୟକ୍ତି ଥାଇରଏଡ଼ ରୋଗର ଶିକାର ହୋଇଥାନ୍ତି । ଥାଇରଏଡ଼ ରେ ପୀଡିତ ହେଲେ ଅସ୍ଥେମା, କଲେଷ୍ଟ୍ରୋଲ, ଡାଇବେଟିସ, ମୋଟାପଣ ଏବଂ ହାର୍ଟ ଆଟେକ ର ଆଶଙ୍କା ବଢ଼ିଥାଏ । କିନ୍ତୁ ଖାଦ୍ୟ ଶୈଳୀରେ ପରିବର୍ତ୍ତନ ଆଣିପାରିଲେ ଏହି ରୋଗକୁ ଆପଣ ନିୟନ୍ତ୍ରଣରେ ରଖିପାରିବେ । ତେବେ ଆସନ୍ତୁ ଜାଣିବା ଥାଇରଏଡ଼ ରେ ପୀଡିତ ଥିବା ବ୍ୟକ୍ତି କେଉଁ ସବୁ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ ।

ଲୁଣ:- ଯଦି ଆପଣଙ୍କ ଥାଇରଏଡ଼ ଅଧିକ ରହୁଛି ତେବେ ଲୁଣ ଖାଆନ୍ତୁ ନାହିଁ । ଏହା ଠାରୁ ଦୂରେଇ ରୁହନ୍ତୁ । ଯାହା ବି ଖାଉଛନ୍ତି ସେଥିରେ ଲୁଣର ବ୍ୟବହାର କରନ୍ତୁ ନାହିଁ । ଏହା ସହିତ ସମୁଦ୍ର ଜାତୀୟ ମାଛ ମଧ୍ୟ ଖାଆନ୍ତୁ ନାହିନ ।

କଫି:- ଏଥିରେ କ୍ୟାଫିଁ ଅଧିକ ମାତ୍ରାରେ ରହିଥାଏ ଯାହା ଦ୍ଵାରା ଥାଇରଏଡ଼ ବଢ଼ିଥାଏ କିନ୍ତୁ ଶରୀରରେ ଅନ୍ୟ ସବୁ ସମସ୍ୟା ଦେଖା ଦେଇଥାଏ ଯେପରି ନିଦ ନ ହେବା ଏବଂ ଏହା ଦ୍ଵାରା ଆପଣଙ୍କ ଥାଇରଏଡ଼ ନିୟନ୍ତ୍ରଣ ହରା ହୋଇଯାଏ । ଆପଣ ବେଳେ ବେଳେ କଫି ପିପାରିବେ କିନ୍ତୁ ଲଗାତାର ପ୍ରତେକ ଦିନ ପିଅନ୍ତୁ ନାହିଁ ।

ମାଂସ:- ଯଦି ଆପଣ ଥାଇରଏଡ଼ ରୋଗର ଶିକାର ହୋଇଛନ୍ତି ତେବେ ଆପଣ ମାଂସ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ କାରଣ ଏଥିରେ କଲେଷ୍ଟ୍ରୋଲ ଏବଂ ଫ୍ୟାଟ ଅଧିକ ରହିଥାଏ ଯାହା ଦ୍ଵାରା ଆପଣଙ୍କ ଓଜନ ବହୁତ ବେଶି ବଢିଯାଏ ।

ନିଶା ଦ୍ରବ୍ୟ:- ଥାଇରଏଡ଼ ରୋଗୀ ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ । ଏହା ଦ୍ବାରା ଶରୀରରେ ଆଲାର୍ଜି ହୋଇଥାଏ ଏବଂ ଆପଣଙ୍କ ଥାଇରଏଡ଼ ବହୁତ ବେଶି ବଢ଼ିଯାଇଥାଏ । ତେଣୁ କରି ଏହାର ସେବନ କରୁଥିଲେ ଯଥା ଶୀଘ୍ର ଛାଡିଦିଅନ୍ତୁ ।

ବନସ୍ପତି ଘିଅ:- ଏହି ଘିଅ ଖାଇବା ଦ୍ବାରା ଶରୀରରେ ଥିବା ଭଲ କଲେଷ୍ଟ୍ରୋଲ ନଷ୍ଟ ହୋଇ ଖରାପ କୋଲେଷ୍ଟ୍ରୋଲ ତିଆରି ହୋଇଥାଏ ସେଥିପାଇଁ ଖାଦ୍ୟ ଖାଇବା ପୂର୍ବରୁ ଥରେ ଯାଞ୍ଚ କରିନିଅନ୍ତୁ କି ସେହି ଖାଦ୍ୟ ବନସ୍ପତି ଘିଅରେ ପ୍ରସ୍ତୁତି ହୋଇନଥିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *