ଯୋନିରେ ସଂକ୍ରମଣ (Vaginal Infection) କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ, ନିରାକରଣ ଓ ଚିକିତ୍ସା ସମ୍ବନ୍ଧରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ Dr Shilpa Mishra ଙ୍କ ଠାରୁ

ବନ୍ଧୁଗଣ ବର୍ତ୍ତମାନ ସମୟରେ ଅଧିକାଂଶ ମହିଳା ମାନଙ୍କୁ ଯୌନକୁଣ୍ଡେଇ ହେବା, ଲାଲ ପଡିଯିବା, ଦୁର୍ଗନ୍ଧ ଯୁକ୍ତ ସ୍ରାବ ଓ ପରିସ୍ରା ପୋଡ଼ା ପରି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏହି ସବୁ ସମସ୍ୟା କାରଣରୁ ବହୁତ କଷ୍ଟ ହୋଇଥାଏ ଏବଂ ଅସୁସ୍ଥ ମଧ୍ୟ ଲାଗିଥାଏ । ତେବେ କଣ ଆପଣ ଜାଣିଛନ୍ତି ଏହି ସବୁ ସମସ୍ୟା ସଂକ୍ରମଣ କାରଣରୁ ହୋଇଥାଏ ।

ତେବେ ଏମିତି ସମସ୍ୟା ସବୁ କାହିଁକି ହୁଏ ? ଏହି ସବୁ ସମସ୍ୟାର ଚିକିତ୍ସା କିପରି କରିବେ ଏବଂ ଏହାର ନିରାକରଣ ସବୁ କଣ ରହିଛି ଆଜି ଆମେ ଜାଣିବା ପ୍ରସୂତି ଓ ସ୍ତିରୋଗ ବିଶେଷଜ୍ଞ ଡକ୍ଟର ଶିଳ୍ପା ମିଶ୍ର ଙ୍କ ଠାରୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଡକ୍ଟର ଙ୍କ ଅନୁସାରେ ଗୋଟେ ସୁସ୍ଥ ମହିଳା ର ଯୋନିର pH ସ୍ତର ବା ଏସିଡବାଲାନ୍ସ ସ୍ଥିର ରହିଥାଏ । ଏହାର ସନ୍ତୁଳନ ରକ୍ଷା କରିବା ପାଇଁ ଲାକ୍ଟୋ ବସିଲାଇ ବ୍ୟାକ୍ଟେରିଆ ସାହାଯ୍ୟ କରିଥାଏ । ସୁସ୍ଥ ଯୌନିର pH ସ୍ତର ୪-୪.୫ ଭିତରେ ରହିଥାଏ । ଯଦି କୌଣସି ବସତ ଏହି ବ୍ୟାକ୍ଟେରିଆ ନଷ୍ଟ ହୋଇଯାଏ ବା ଠିକ ଭାବେ କାମ କରିପାରିନଥାଏ ସେହି ସମୟରେ ଯୌନି ସଂକ୍ରମଣ ଆରମ୍ଭ ହୋଇଥାଏ ।

ଝିଅମାନଙ୍କ ପିରିଅଡ ହେବା ପୂର୍ବରୁ, ଗର୍ଭାବସ୍ଥା ସମୟରେ, ବହୁତ ସମୟ ଧରି ଆଣ୍ଟିବୋଟିକ ସେବନ କରିବା ଏହି ସବୁ କାରଣରୁ ଯୌନି ସଂକ୍ରମଣ ଦେଖା ଦେଇଥାଏ । ଏହା ଅନେକ ପ୍ରକାରର ହୋଇଥାଏ । ଯଦି ଆପଣଙ୍କୁ ବର୍ତ୍ତମାନ ହେଉଥିବା କମ୍ମନ ଇନ୍ଫେକ୍ସନ ମାନେ ଇଷ୍ଟ ଇନ୍ଫେକ୍ସନ ହୁଏ ତେବେ ଏଥିରେ ମୋଟା ଡିଶ୍ଚାର୍ଜ ହୋଇଥାଏ ଏବଂ କୁଣ୍ଡେଇ ହୋଇଥାଏ ।

ଏହା ହୋଇଥିଲେ ଆପଣ ତୁରନ୍ତ ଡକ୍ଟର ଙ୍କ ପରାମର୍ଶ ନିଅନ୍ତୁ । ଯଦି ଆପଣଙ୍କୁ ବ୍ୟାକ୍ଟେରିଆଲ ଭାଯାଇନେଶିସ ହୋଇଥାଏ, ତେବେ ଧଳା ରଙ୍ଗର ବା ପାଉଁଶିଆ ରଙ୍ଗର ଡିଶ୍ଚାର୍ଜ ହେବ ଏବଂ ଫିଶିସେଲ ପରି ଦୁର୍ଗନ୍ଧ ମଧ୍ୟ ହେଉ କିନ୍ତୁ ଏହା ସାଧାରଣଃ କୁଡେଇ ହୁଏନାହିଁ । ଏହା ସହ ଆଊ ଏକ ବିରଳ ଇନଫେକ୍କ୍ସନ ହେଉଛି ଟ୍ରାଇକୋମୋନସ ଇଫେକ୍ସନ ହୋଇଥାଏ । ଏଥିରେ ହଳଦିଆ ରଙ୍ଗର ଡିତ୍ସାର୍ଜ ହୋଇଥାଏ ।

ଏପରି ହେଲେ ତୁରନ୍ତ ନିଜେ ମହିଳା ଏବଂ ତାଙ୍କ ସାଥୀ ଦୁହେଁ ଡକ୍ଟର ଙ୍କ ନିକଟକୁ ଯାଆନ୍ତୁ ଏବଂ ଡକ୍ଟର ଙ୍କ ପରାମର୍ଶ ନେଇ ଚିକିତ୍ସା କରାନ୍ତୁ । ସାଧାରଣତଃ ବେଳେ ବେଳେ ପରିସ୍ରା ଜଳା ପୋଡ଼ା ହେଇଥାଏ କିନ୍ତୁ ଯଦି ଆପଣଙ୍କୁ ସବୁ ସମୟରେ ହେଉଛି ତେବେ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ ଏବଂ ଯଦି ଅଧିକ ଜଳା ପୋଡ଼ା ହେଉଥାଏ ତେବେ ଡକ୍ଟର ଙ୍କୁ ଦେଖାନ୍ତୁ ।

ବନ୍ଧୁଗଣ ଯଦି ଆପଣଙ୍କୁ ମଧ୍ୟ ଏପରି କିଛି ସମସ୍ୟା ଆସୁଛି ତେବେ ନିଜ ମନମୁତାବକ ମେଡିସିନ ନ ଖାଇ ଡକ୍ଟର ଙ୍କ ନିକଟକୁ ଯାଆନ୍ତୁ । ଡକ୍ଟର ଆପଣଙ୍କର କିଛି ଟେଷ୍ଟ କରାଇବେ ଏବଂ ରିପୋର୍ଟ ଅନୁସାରେ ଆପଣଙ୍କ ଚିକିତ୍ସା କରିବେ । ତେବେ ସବୁବେଳେ ନିଜର ଯୌନି ସ୍ଥାନକୁ ସଫା ରଖନ୍ତୁ । ଏବଂ ପରିଷ୍କାର ଶୌଚାଳୟ ବ୍ୟବହାର କରିବା ଉଚିତ ।

ନିଜର ଉଣ୍ଡର ୱେୟାର ଭଲ ଭାବରେ ଡେଟଲ ପକାଇ ଧୁଅନ୍ତୁ । ଏବଂ ଏହା ଭଲ ଭାବରେ ଶୁଖିବା ପରେ ବ୍ୟବହାର କରନ୍ତୁ । ଯୌନସଂକ୍ରମଣ ପାଇଁ କୌଣସି ମେଡିସିନ ଖାଇବା ପୁବରୁ ନିହାତି ଭାବରେ ଡକ୍ଟର ଙ୍କ ପରାମର୍ଶ ନିଅନ୍ତୁ । ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *