କେବଳ ମାତ୍ର 5 ଦିନ ଏମିତି କ୍ଷୀର ବନେଇ ପିଅନ୍ତୁ, ଅଣ୍ଟା-ଆଣ୍ଠୁଗଣ୍ଠି ବିନ୍ଧା, ରକ୍ତର ଅଭାବ, ଆଖିରୁ ଚଷମା, ସବୁକିଛି ହେବ ଦୂର ( Healthy Tips )

ଆଜି ଆମେ ଆପଣଙ୍କୁ ଏକ ସ୍ପେଶାଲ କ୍ଷୀର ବିଷୟରେ କହିବୁ । ଆପଣ କ୍ଷୀରରେ କିଛି ଜିନିଷ ମିଶାଇ ଏହି ସ୍ପେଶାଲ କ୍ଷୀର ତିଆରି କରି ପାରିବେ । ଯାହାକୁ କିଛି ଦିନ ସେବନ କରିଲେ ଆପଣଙ୍କ ପ୍ରାୟତଃ ରୋଗ ଭଲ ହୋଇଯିବ । ବିଶେଷ କରି ଶୀତ ଦିନ ଏହି କ୍ଷୀର ସେବନ କରିବେ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ ଲାଭଦାୟକ ହେବ । ତେବେ ଚାଳନ୍ତୁ ସେହି ସ୍ପେଶାଲ କ୍ଷୀର ବିଷୟରେ ଜାଣିବା । ଏଥିପାଇଁ ପ୍ରଥମେ ଆପଣ କ୍ଷୀର ନେବା ପୂର୍ବରୁ କ୍ଷୀରରୁ ସର ବାହାର କରି ଦିଅନ୍ତୁ ଓ ସେହି କ୍ଷୀରକୁ ବ୍ୟବହାର କରନ୍ତୁ ।

କିନ୍ତୁ ଏହା ପୂର୍ବରୁ ଖଜୁରୀ ଭିତରୁ ମଞ୍ଜି ବାହାର କରି ଦିଅନ୍ତୁ । ଆପଣ ଗୋଟିଏ ପାତ୍ରରେ ଅଳ୍ପ କ୍ଷୀର ନେଇ ସେଥିରେ ୫ ରୁ ୭ ଟି ଶୁଖିଲା ଖଜୁରୀ ଦିଅନ୍ତୁ । ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । କାରଣ ଏହା ଶକ୍ତ ହୋଇଥାଏ ।

କ୍ଷୀର ସହ ମିଶାଇ ଏହାର ସେବନ କରିବା ଦ୍ଵାରା ଆପଣଙ୍କୁ ଥଣ୍ଡା, କାସ, ଜର, ଛିଙ୍କ ଓ ନିଦ ନ ଆସିବା ଭଳି ସମସ୍ୟା ଦୂର ହୋଇଯିବ । ହଜମ ବି ଭଲ ହୁଏ । ଆପଣଙ୍କ ହାର୍ଟ ବି ସୁସ୍ଥ ରହିଥାଏ । ଆଣ୍ଠୁ ଗଣ୍ଠି ବ୍ୟଥା ପାଇଁ ବି ଏହା ଭଲ ହୋଇଥାଏ । ଏହା ଆମର ଚର୍ମ ଓ କେସ ପାଇଁ ବି ଭଲ ହୋଇଥାଏ । ଏଥିରୁ ଭିଟାମିନ A ଓ E ମିଳିଥାଏ । ଏହାକୁ ସେବନ କରିବା ପରେ ରକ୍ତରେ ହିମୋଗ୍ଲୋବିନ ବଢିଥାଏ । କ୍ଷୀରରୁ ମଞ୍ଜିକୁ ବାହାର କରି ଗ୍ରାଇଡିଙ୍ଗ କରି ଦିଅନ୍ତୁ । ସେହି କ୍ଷୀରର ଦୁଇ ତିନି ଚାମଚ ମିଶାଇ ଦିଅନ୍ତୁ ।

ଆଳମଣ୍ଡ ବାଦାମ ବି ବ୍ୟବହାର କରନ୍ତୁ । କିନ୍ତୁ ପ୍ରଥମେ କିଛି ବାଦାମକୁ ଆପଣ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଗୋଟିଏ ପାତ୍ରକୁ ଗ୍ୟାସରେ ବସାଇ ସେଥିରେ ୨.୫ କପ କ୍ଷୀର ଦିଅନ୍ତୁ । ଯେଉଁଥିରେ ସର ନ ଥିବ । ଏଥିରେ ଖଜୁରୀ ମିଶା କ୍ଷୀରକୁ ବି ଦିଅନ୍ତୁ । ଖଣ୍ଡ ଖଣ୍ଡ ହୋଇଥିବା ଆଳମଣ୍ଡ ବାଦାମ, ଅଳ୍ପ ହଳଦୀ, ୧.୫ ଇଞ୍ଚ ଖଣ୍ଡର ଡାଲଚିନି ବି ଏଥିରେ ମିଶାନ୍ତୁ । ବର୍ତ୍ତମାନ ଏହି କ୍ଷୀରକୁ ୨ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ଓ ଖଜୁରୀର ପେଷ୍ଟ ବି ମିଶାଇ ଦିଅନ୍ତୁ ।

ଯଦି ଆପଣ ଏହି କ୍ଷୀରକୁ ମିଠା କରିବାକୁ ଚାହୁଁଛନ୍ତି ତେବେ ଆପଣ ଅଳ୍ପ ମିଶିରି ମିଶାଇ ଦିଅନ୍ତୁ । ୪ ରୁ ୫ ମିନିଟ ଫୁଟାଇବା ପରେ ଆପଣଙ୍କ କ୍ଷୀର ପ୍ରସ୍ତୁତ ହୋଇଯିବ । ଏହି କ୍ଷୀରରୁ ଡାଲଚିନିକୁ ବାହାର କରି ଦିଅନ୍ତୁ । ଏହାକୁ ଆପଣ ଗରମ ଗରମ କିମ୍ବା ଥଣ୍ଡା କରି ସେବନ କରି ପାରିବେ । ଏହାକୁ ଛୋଟ ପିଲା, ବୟସ୍କ ଲୋକମାନେ, ଗର୍ଭବତ୍ତୀ ମହିଳାମାନେ ବି ସେବନ କରି ପାରିବେ । ଡାଏବେଟିସ ରୋଗୀ ଚିନି କିମ୍ବା ମିଶିରି ନ ମିଶାଇ ସେବନ କରନ୍ତୁ । ଆପଣ ସବୁଦିନ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଅଧ କପ କିମ୍ବା ଗୋଟିଏ କପ କ୍ଷୀରର ସେବନ କରନ୍ତୁ । କିଛି ଦିନ ସେବନ କରିବା ପରେ ଆପଣ ନିଜ ମଧ୍ୟରେ ପରିବର୍ତ୍ତନ ଜାଣି ପାରିବେ ।

Leave a Reply

Your email address will not be published. Required fields are marked *