କେବଳ 2 ମିନିଟରେ( ଦାନ୍ତବିନ୍ଧା, ପୋକ ଦାନ୍ତ, ମାଢ଼ିଫୁଲା, ପାଇରିଆ ) ଭଲ ହେବ, Toothache Home Remedies

ନମସ୍କାର ବନ୍ଧୁଗଣ , ଆଜି ଆମେ ଆପଣଙ୍କ ପାଇଁ ଚମତ୍କାରୀ ଘରୋଇ ଉପଚାର ନେଇକି ଆସିଛି । ଯାହାକୁ ଆପଣ ବ୍ୟବହାର କରି ଦାନ୍ତ ବିନ୍ଧାରୁ ମୁକ୍ତି ପାଇପାରିବେ । ଆଜିର ସମୟରେ ଅନେକ ଲୋକମାନେ ଏହି ଯନ୍ତ୍ରଣା ମଧ୍ୟ ଦେଇ ଗମନ କରୁଛନ୍ତି । ସାଧାରଣତ କହିବାକୁ ଗଲେ ଦୁନିଆରେ ସବୁଠାରୁ ଭୟଙ୍କର ଯନ୍ତ୍ରଣା ହେଉଛି ଦାନ୍ତ ବିନ୍ଧା । ମଣିଷ ତାହାକୁ ସହ କରିପାରିନଥାଏ । ଦାନ୍ତ ବିନ୍ଧାରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାଉ ।

ଅନେକ ଗୁଡାଏ ପଇସା କର୍ଚ କରିବା ସତ୍ବେ କୋଣସି ପ୍ରକାରର ଲାଭ ପାଇନଥାଉ । ଦାନ୍ତ ରେ ଏତେ ଅସହ ଯନ୍ତ୍ରଣା ହେବାର ପଛରେ କାରଣ ରହିଛି ଯେ ଦାନ୍ତ ଆମ ମସ୍ତିସ୍କ ସହିତ ସିଧାସଳକ ଯୋଡିତ ରହିଥାଏ । ତେଣୁ ଦାନ୍ତ ସହ ମସ୍ତିସ୍କ, ପୁରା ଶରୀରର କଷ୍ଟ ଅନୁଭବ କରିଥାଏ । ଆମେ ଖାଉଥିବା ବାହାରି ଜିନିଷ ମିଠା ପଦାର୍ଥ ଯୋଗୁ ଦାନ୍ତରେ ତାହା ରହିଥାଏ ଓ ପୋକ ମଧ୍ୟ ହୋଇଥାଏ ।

ଯେତେବେଳେ ଦାନ୍ତରେ ପୋକ ଲାଗେ ତେବେ ଯନ୍ତ୍ରଣା ହେବା ଆରମ୍ଭ ହୋଇ ଅତ୍ୟଧିକ କଷ୍ଟ ଅନୁଭବ ହୁଏ । ଆପଣମାନେ ବି ଯଦି ଦାନ୍ତ ସମ୍ବନ୍ଧୀୟ ଯନ୍ତ୍ରଣାରେ ଜାକି ହୋଇ ରହୁଛନ୍ତି । ତେବେ ଆଜି ଏହି ଘରୋଇ ଉପଚାରକୁ ବ୍ୟବହାର କରି ତୁରନ୍ତ ତହିରୁ ମୁକ୍ତି ପାଆନ୍ତୁ । ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ଆପଣ ପ୍ରଥମେ ଏକ କଫରେ ସୋରିଷ ତେଲ ପକେଇ ଏଥିରେ ଅଳ୍ପ ଟିକେ ଲୁଣ ମିଶେଇ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଏବେ ଆପଣ ତାହାକୁ ଦାନ୍ତର ମାଢିରେ ମାସାଜ କରିବା ନିୟମିତ ସବୁ ଦିନ କରିବେ ତେବେ ଆପଣଙ୍କ ଦାନ୍ତ ବିନ୍ଧା ଦୂର ହେବା ସହ ଦାନ୍ତର ଚମକ ବଢିଥାଏ । ଆପଣଙ୍କ ମାଢି ଶକ୍ତିଯୁକ୍ତ ଓ ଦାନ୍ତ ସମସ୍ୟା ଧୀରେ ଧୀରେ ଦୂର ହୋଇଯାଏ । ଦ୍ଵିତୀୟ ଘରୋଇ ଉପଚାର ହେଲା ପିଆଜ ଆମେ ଏହାକୁ ରନ୍ଧାରେ ବ୍ୟବହାର କରିଥାଉ । ଡାକ୍ତରଙ୍କ କହିବା ଅନୁସାରେ ଦିନକୁ ଘଣ୍ଟାଏ ପିଆଜର ଖଣ୍ଡ  କୁ ପାଟିରେ ରଖିବା ଦ୍ଵାରା ପାଟି ରେ ଥିବା ଖରାପ ଜୀବାଣୁ ମରିଯାଇଥାନ୍ତି  ।

ଏହା ବ୍ୟତୀତ  ରସୁଣ ମଧ୍ୟ ଦାନ୍ତ ବିନ୍ଧା ପାଇଁ ରାମବାଣ ପରି କାମ କରିଥାଏ । ରସୁଣରେ ଥିବା ଏନ୍ଟି ବ୍ୟକ୍ଟେରିଆ ଗୁଣ ଦାନ୍ତ ବିନ୍ଧାରୁ ତୁରନ୍ତ ମୁକ୍ତି ଦେଇଥାଏ । ଆପଣ ଗୋଟାଏ ରସୁଣକୁ ଲୁଣରେ ବୁଡାଇ ଟିକେ ଟିକେ କରି ଚୋବାଇବା ଦ୍ଵାରା ଦିଅନ୍ତୁ । ଏହାକୁ କରିବା ହେତୁ ଦାନ୍ତଜନିତ ସମସ୍ଯା ଦୂର ହୋଇଯାଏ । ଆପଣଙ୍କ ପାଖରେ ଯଦି ଲବଙ୍ଗ ତେଲ ରହିଛି ତେବେ ଆପଣ ତୁଳା ସାହାଯ୍ୟରେ ଦାନ୍ତ ବିନ୍ଧୁଥିବା ସ୍ଥାନରେ କିଛି ସମୟ ପାଇଁ ଚାପିକି ରଖନ୍ତୁ ।

ଲବଙ୍ଗ ମଧ୍ୟ ଦାନର ବିନ୍ଧା କୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅଧା ଓ ଲୁଣ ଉଭୟକୁ ମିଶେଇ ପାଟିରେ ଚୋବାଇବା ହେତୁ ଦାନ୍ତ ବିନ୍ଧା ଦୂର ହୋଇଯାଏ । ଆପଣ ଏହି ସବୁ ପ୍ରକାରର ଉପଚାର କୁ ନିଶ୍ଚୟ କରି ଦାନ୍ତ ବିନ୍ଧାକୁ ଦୂର କରିପାରିବେ ।  ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।   

Leave a Reply

Your email address will not be published. Required fields are marked *