ମାତ୍ର 4 ଦିନ ସକାଳୁ ଖାଲି ପେଟରେ ପିଇ ଦିଅନ୍ତୁ, ଇମ୍ୟୁନିଟି ବଢାଇବାରେ ରାମବାଣ ଅଟେ ଏହି ଘରୋଇ ଉପାୟ, ଛୁଇଁ ବି ପାରିବନି କରୋନା ଭଳି ସଂକ୍ରମଣ ( Healthy Tips )

ବନ୍ଧୁଗଣ କରୋନା ପୁଣି ଥରେ ଚିନ୍ତାର ବିଷୟ ପାଲଟିଲାଣି ଏହା ଛଡା ଓମିକ୍ରନ ସଂକ୍ରମିତ ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏମିତିରେ ସାଧାରଣ ଜୀବନ ଯାପନ କରିବା ଆହୁରି କଷ୍ଟକର ହୋଇଗଲାଣି । ଏହି ସଂକ୍ରମଣ ଠାରୁ ବଞ୍ଚିବା ପାଇଁ ଆପଣଙ୍କ ଇଉମୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିବା ନିହାତି ଆବଶ୍ୟକ । ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ଇମୁନିଟି ପାୱାର ବଢ଼ାଇବା ପାଇଁ ଏକ ଚମତ୍କାରି ଘରୋଇ ଉପାୟ ନେଇ ଆସିଛୁ । ତେବେ ଚାଲନ୍ତୁ ଜାଣିବା ।

ଏହି ଉପଚାରର କେବଳ ଗୋଟେ ଗିଲାସ ସେବନ କରିବା ଦ୍ୱାରା ଆପଣଙ୍କ ଇମୁନିଟୀ ପାୱାର ବଢ଼ିଥାଏ ଏହି ମିଶ୍ରଣ ଭିଟାମିନ ସି ର ଭଣ୍ଡାର ହୋଇଥାଏ । ତେବେ ଏହାକୁ ବନାଇବା ପାଇଁ ଆପଣଙ୍କୁ କେବଳ ଗୋଟିଏ ଜିନିଷ ର ଆବଶ୍ୟକତା ପଡ଼ିବ ତାହା ହେଉଛି ଅଁଳା ବା ଆମ୍ଲା । ଯଦି ଆପଣଙ୍କୁ କଞ୍ଚା ଅଁଳା ମିଳୁଛି ତେବେ ଆପଣ ଏହାର ସେବନ କିପରି କରିବେ ଆସନ୍ତୁ ଜାଣିବା । ଇଉମୁନିଟୀ ବଢ଼ାଇବା ପାଇଁ ଭିଟାମିନ ସି ର ଆବଶ୍ୟକ ହୋଇଥାଏ ।

କମଳା ଠାରୁ ୨୦ ଗୁଣ ଅଧିକ ଭିଟାମିନ ସି ଏହି ଅଁଳା ରୁ ମିଳିଥାଏ । ତେବେ ବର୍ତ୍ତମାନ ଆପଣ ଜାଣିପରୁଥିବେ କି ଏହି ଅଁଳା କେତେ ଶକ୍ତିଶାଳୀ । ଏହା କେବଳ ଇମୁନିଟୀ ବଢିନଥାଏ ଏହା ମୁଣ୍ଡର ବାଳ ଠାରୁ ଆରମ୍ଭ କରି ପାଦର ନଖ ପର୍ଯ୍ୟନ୍ତ ବଢ଼ାଉଥାଏ । ଏହାକୁ ସେବନ କରିବା ଦ୍ଵାରା ଆଖି ଜନିତ ସମସ୍ୟା, ମୁଣ୍ଡର କେସ ଝଡ଼ିବା ସମସ୍ୟା, ମୋଟାପଣ, ଦୁର୍ବଳତା, ଚର୍ମ ରୋଗ ର ସମସ୍ୟା ସବୁ ଦୂର ହେବ । ପ୍ରତିଦିନ ସକାଳୁ ଯଦି ୩ ରୁ ୪ ଟି ଅଁଳା ଆପଣ ଚୋବେଇ ଖାଇଦେବେ ତେବେ ଜୀବନସାରା ଆପଣଙ୍କୁ ଏହି ସମସ୍ୟା ରହିବ ନାହିଁ ।

ପ୍ରଥମେ ଆପଣ ୫ ରୁ ୧୦ ଟି କଞ୍ଚା ଅଁଳା ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏହା ପରେ ଏହାକୁ ଛୋଟା ଛୋଟ କରି କାଟିଦିଅନ୍ତୁ । ଏହାକୁ ଆପଣ ଶୁଖାଇ ଏହାର ଗୁଣ୍ଡ ପ୍ରସ୍ତୁତି କରି ମଧ୍ୟ ରଖିପାରିବେ ଯାହାକୁ ଆପଣ ବର୍ଷ ସାରା ଖାଇପାରିବେ । ବର୍ତ୍ତମାନ ଏହି କଟା ଅଁଳା କୁ ବିନା ପାଣିରେ ଗ୍ରାଣ୍ଡିଂ ଯାର ରେ ଭଲ ଭାବରେ ପେଷ୍ଟ ବନାନ୍ତୁ । ବର୍ତ୍ତମାନ ଏଥିରେ ଅଳ୍ପ ପାଇଁ ଦେଇ ଆଊ ଥରେ ଏହାକୁ ଭଲ ଭାବରେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଗୋଟେ ଆଇସ ଟ୍ରେ ନେଇ ସେଥିରେ ଚାମଚ ସାହାଯ୍ୟରେ ଏହି ପେଷ୍ଟ ଟି କୁ ଭରନ୍ତୁ ।

ଏବେ ଏହାକୁ ଫ୍ରିଜ୍ ରେ ରଖିଦିଆନ୍ତୁ । ଏହା ବରଫ ହେବା ପର୍ଯ୍ୟନ୍ତ ଫ୍ରିଜ ରେ ରଖନ୍ତୁ । ଏହାକୁ ଆପଣ ବହୁତ ଦିନ ଧରି ଷ୍ଟୋର କରି ରଖିପାରିବେ । ତେବେ ପ୍ରତିଦିନ ଗୋଟେ ଗ୍ଲାସ ନିଅନ୍ତୁ ସେଥିରେ ଏହି ଅଁଳା ବରଫରୁ ଗୋଟେ ଖଣ୍ଡ ପକାନ୍ତୁ । ଏହାପରେ ଏଥିରେ ଗୋଟେ ଚାମଚ ଅଦା ଛେଚା ପକାନ୍ତୁ, ଏହାପରେ ଗୋଟେ କଟା କଞ୍ଚା ଲଙ୍କା ପକାନ୍ତୁ ।

ତାପରେ ସେଥିରେ ଦୁଇ ଚାମଚ ଲେମ୍ବୁ ରସ ପକାନ୍ତୁ । ଏବେ ଆପଣ ସେଥିରେ ସ୍ଵାଦ ଅନୁସାରେ ବିଟ ଲୁଣ ବା କଳା ଲୁଣ ପକାନ୍ତୁ । ବର୍ତ୍ତମାନ ଏଥିରେ ଆପଣ ନର୍ମାଲ ଗୋଟେ ଗିଲାସ ପାଣି ମିଶାନ୍ତୁ । ବର୍ତ୍ତମାନ ଏହି ଡ୍ରିଙ୍କ ରେଡି ହୋଇସାରିଛି । ଏହାକୁ ସକାଳୁ ଖାଲି ପେଟରେ ପିଅନ୍ତୁ ଏବଂ ଚମତ୍କାର ଦେଖନ୍ତୁ । ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *