ଶରୀରରେ Immunity ପାୱାର ବୃଦ୍ଧି କରିବା ପାଇଁ ପ୍ରତିଦିନ ଏହାର ମାତ୍ର 1 ଚାମଚ ଖାଇ ନିଅନ୍ତୁ, କୌଣସି ଭାଇରସ ଶରୀରକୁ ଛୁଇଁ ପାରିବ ନାହିଁ ( Healthy Tips )

ବନ୍ଧୁଗଣ ଭୟଙ୍କର ରୁ ଭୟଙ୍କର ଥଣ୍ଡା, କାଶ, ଛିଙ୍କ ଏବଂ ଏଲାର୍ଜି ତୁରନ୍ତ ଭଲ ହୋଇଯିବ ଯଦି ଆପଣ ଏହାର ସେବନ ଆଜିଠାରୁ ଆରମ୍ଭ କରିଦେବେ । ଥରେ ଏହାକୁ ବନେଇ ରଖିଦିଅନ୍ତୁ ୨୦ ଦିନ ପର୍ଯ୍ୟନ୍ତ ଏହାକୁ ବନେଇବାକୁ ପଡ଼ିବନି । ଶୀତ ଦିନରେ ଯଦି ଆପଣ ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି ଯଦି ନିଜର ଇମ୍ମୁନିଟି ପାୱାର କୁ ବଢ଼ାଇବାକୁ ଚାହୁଁଛନ୍ତି ଏବଂ ଯଦି ବାରମ୍ବାର ରୋଗରେ ପଡ଼ିବାକୁ ଚାହୁଁନାହାଁନ୍ତି ତେବେ ଏହାକୁ ନିଶ୍ଚୟ ଖାଇବା ଆରମ୍ଭ କରିଦିଅନ୍ତୁ ।

ଯଦି ଆପଣ ପ୍ରତିଦିନ ଏହାର ମାତ୍ରା ଏକ ଚାମଚ ସେବନ କରିବେ ତେବେ ଦେଖିବେ ଆପଣ କିପରି ସୁସ୍ଥ ରହିବା ଆରମ୍ଭ କରିଦେବେ । ଏହା ଆପଣଙ୍କ ଇମ୍ମୁନିତି ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବହୁତ ଉପଯୋଗୀ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ବନ୍ଧୁଗଣ ଶୀତ ଦିନରେ ଅଦା ଆପଣଙ୍କୁ ବହୁତ କମ ଟଙ୍କାରେ ମିଳିଯିବ । ୧୦ ରୁ ୧୫ ଟଙ୍କାରେ ଆପଣଙ୍କୁ ଅଢେଇ ସହ ଗ୍ରାମ ଅଦା ମିଳିଯିବ । ଆଜିର ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ମୁଖ୍ୟ ସାମଗ୍ରୀ ଅଦା ର ଆବଶ୍ୟକ ପଡ଼ିବ । ପ୍ରଥମେ ଏହି ଅଦା କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଅଦାରୁ ଚୋପା ଛଡେଇ ନିଅନ୍ତୁ । ଏହାପରେ ଗୋଟେ ଗ୍ରେଟର ସାହାଯ୍ୟରେ ଭଲ ଭାବରେ ଗ୍ରେଟ କରିନିଅନ୍ତୁ । ଅଦା ଆମ ସ୍ବାସ୍ଥ୍ୟ ପାଇଁ କେତେ ଅଧିକ ଲାଭଦାୟକ ଏହା ଆପଣ ସମସ୍ତେ ଜାଣିଥିବେ । ଅଦାର ପ୍ରୟୋଗ କରି ଆପଣ ଭୟଙ୍କର ରୋଗ ସବୁକୁ ଭଲ କରିହୋଇଥାଏ ।

ଯଦି ଆପଣଙ୍କୁ ସବୁବେଳେ ଥଣ୍ଡା କାଶ ଲଗିରହୁଛି ତେବେ ଆପଣଙ୍କ ପାଇଁ ଏହା ରାମବାଣ ଉପଚାର ଅଟେ । ଏବେ ଏହି ଗ୍ରେଟ କରିଥିବା ଅଦାକୁ କୌଣସି ଏକ ଜାର ରେ ଷ୍ଟୋର କରନ୍ତୁ । ବର୍ତ୍ତମାନ ଆପଣଙ୍କୁ ମହୁର ଆବଶ୍ୟକ ପଡ଼ିବ । ଗୋଟେ ବଡ ଚାମଚ ରେ ଦୁଇ ରୁ ତିନି ଚାମଚ ମହୁ ଏଥିରେ ମିଶାନ୍ତୁ । ବର୍ତ୍ତମାନ ଏହାକୁ ଆପଣ ଥିପି ବନ୍ଦ କରି ରଖନ୍ତୁ । ଏହାକୁ ଫ୍ରୀଜ ରେ ରଖିବା କୌଣସି ଆବଶ୍ୟକ ନାହିଁ । ଏହା ସହଜରେ ଖରାପ ହୋଇନଥାଏ । ତେବେ ଏହାକୁ ପ୍ରତିଦିନ ସକାଳୁ ଗୋଟେ ଗିଲାସ ଉଷୁମ ପାଣିରେ ଗୋଟେ ଚାମଚ ମିଶାଇ ଏହାକୁ ଭଲ ଭାବରେ ଗୋଳାନ୍ତୁ ଏବଂ ଏହାକୁ ସେବନ କରନ୍ତୁ । ଦେଖିବେ ଏହାର ସେବନ କରିବା ଦ୍ଵାରା ଆପଣଙ୍କୁ କୌଣସି ରୋଗ ହେବ ନାହିଁ ।

ଆପଣଙ୍କ ଇମ୍ମୁନିଟି ଶକ୍ତି ଏତେ ବଢିଯିବ ଯେ ଆପଣଙ୍କୁ ସହଜରେ କୌଣସି ରୋଗ ଆକ୍ରାନ୍ତ କରିପାରିବ ନାହିଁ । ଥଣ୍ଡା, କାଶ, କଫ, ଏଲାର୍ଯି ଭଳି ରୋଗ ସମ୍ପୂର୍ଣ୍ଣ ଦୂରରେ ରହିବ । ସବୁଠୁ ବଡ କଥା ହେଲା ଏହା ପିଲାଠୁ ବୁଢା ସମସ୍ତେ ସେବନ କରିପାରିବେ । ତେବେ ଏହି ଘରୋଇ ଉପଚାର ନିସ୍ଚୟ ବନେଇ ସେବନ କରିବା ଆରମ୍ଭ କରିଦିଅନ୍ତୁ । ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *