ପୁରୁଷଙ୍କ ଠାରେ ଯୌନ ଅକ୍ଷମତା ! ଜାଣନ୍ତୁ କାରଣ ଓ ନିରାକରଣ (Dr Biswajit Nanda)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଆମେ ଆମର ଅନିୟମିତ ଜୀବନଶୈଳୀ ଏବଂ ଖାଦ୍ୟ ପେୟରେ ସନ୍ତୁଳନ ରଖି ନପାରିବା କାରଣରୁ ଅନେକ ରୋଗର ଆକ୍ରାନ୍ତ ହେବାକୁ ପଡୁଛି । ତେବେ ଅନେକ ମାରାତ୍ମକ ରୋଗ ମଧ୍ୟ ଏଭଳି ଲାଇଫ ଷ୍ଟାଇଲ ପାଇଁ ଆମକୁ ଆକ୍ରାନ୍ତ କରୁଛି । ତେବେ ସେଥି ମଧ୍ୟରୁ ପୁରୁଷ ମାନଙ୍କ କ୍ଷେତ୍ରରେ ଦେଖା ଯାଉଥିବା ଯୌନ ଅକ୍ଷମତା ବା ଯୌନ ଶିଥିଳତା ଅନ୍ୟତମ ଅଟେ ।

ତେବେ ଆସନ୍ତୁ ଜାଣିବା ଏହି କାରଣ ଟି କଣ ପାଇଁ ହୋଇଥାଏ ଏବଂ ଏହି ସମସ୍ୟାରୁ କିପରି ଭାବରେ ଆପଣ ରକ୍ଷା ପାଇ ପାରିବେ । ଯେଉଁ ବିଷୟରେ ଡ଼ାକ୍ତର ମାନଂକର ମତ କଣ ରହିଛି ଆସନ୍ତୁ ଜାଣିବା । ତେବେ ଯୌନ ଅକ୍ଷମତା ବା ଯୌନ ଶିଥିଳତା ଅନେକ ପୁରୁଷଙ୍କ କ୍ଷେତ୍ରରେ ଏକ ବଡ଼ ସମସ୍ୟା ଅଟେ ।

ତେବେ ଏହାର ପ୍ରକୃତ ଟର୍ମ ଜାଣିବାକୁ ହେଲେ ଆପଣଙ୍କୁ ଏହା ବୁଝିବାକୁ ପଡ଼ିବ ଯେ ହୁଏତ ଜଣଙ୍କର ଲିଙ୍ଗ ଅଧିକ ସମୟ ଧରି ଇରେକ୍ଟ ହୋଇ ରହୁ ନାହିଁ, ନହେଲେ ଜଲଦି ଫଲ ହୋଇ ଯାଉଛି, ନହେଲେ ଲିଙ୍ଗରେ ଶିଥିଲତା ଦେଖା ଦେଉଛି । ତେବେ ଏହାକୁ ଇଂରାଜୀ ଟର୍ମ ରେ ଇରେକ୍ଟାଇଲ ଡିସଫଙ୍କସନ । ତେବେ ଏହି ଯୌନ ଶିଥିଳତାର କାରଣ କଣ ଅଟେ ?

ତେବେ ଶାରିରୀକ ସଂପର୍କ ରଖିବା ପୂର୍ବରୁ ଏକ ପୂର୍ବ ସୁସ୍ଥ ମାନସିକତା ର ଆବଶ୍ୟକତା ରହିଛି । ଏଥିପାଇଁ ନିଜ ଭିତରେ ଏକ ଆଗ୍ରହ ସୃଷ୍ଟି ହେବା ଆବଶ୍ୟକ ଅଟେ । ସକାରାତ୍ମକ ଚିନ୍ତାଧାରା ନେଇ ଏକ ସୁସ୍ଥ ମନରେ ଏଥିପ୍ରତି ଆଗ୍ରହ ବଢ଼ିଲେ ମସ୍ତିଷ୍କ ବିଭିନ୍ନ ସ୍ନାୟୁ କୋଷ ଗୁଡ଼ିକୁ ଏଲାର୍ଟ କରିଥାଏ । ପରେ ବିଭିନ୍ନ ପ୍ରକାର ହରମୋନ ଯେମିତି ଟେଷ୍ଟୋଷ୍ଟିରନ୍ ହରମୋନ କ୍ଷରଣ ହେବା ପରେ ରକ୍ତ ସଞ୍ଚାଳନ ପେନିଶ ରେ ଅଧିକ ହୋଇଥାଏ ଏବଂ ପେନିସ୍ ରେ ଇରେକସନ୍ ଦେଖା ଦେଇଥାଏ ।

ଆଉ ଏହି ଇରେକ୍ସନ୍ ହେବା କାରଣରୁ ହିଁ ଆପଣ ସମ୍ଭୋଗ କରିବାକୁ ସଫଳ ହୁଅନ୍ତି । ଯଦି ମନ ଦୁଃଖ ଥିବ କିମ୍ୱା ଅନୁପସ୍ଥିତ ମସ୍ତିଷ୍କରେ ଆପଣ ରହିଥିବେ ତେବେ ଏହା ପେନିସ ର ଇରେକ୍ସନ ଏବଂ ଶିଥିଲତା ଉପରେ ପ୍ରଭାବ ପକାଇବ । ତେବେ ଏହାଛଡା କୌଣସି ରୋଗ ଶରୀରରେ ଥିଲେ, ଯେମିତି କି ଡାଇବେଟିସ ବା ମଧୁମେହ ରୋଗ, କିଡନୀ ସମସ୍ୟା, ହୃଦ ରୋଗ, କିମ୍ୱା ଶରୀରରେ ଅଧିକ ଲିପିଡ଼ସ୍ ରହିଲେ ମଧ୍ୟ ଏହିଭଳି ସମସ୍ୟା ଦେଖା ଦେଇଥାଏ ।

ତେବେ ତେଣୁ ଏଥିପ୍ରତି ଧ୍ୟାନ ରହିବା ମଧ୍ୟ ଆବଶ୍ୟକ । ଏହାଛଡ଼ା ଆପଣ ଯଦି ଏକ ସୁନ୍ଦର୍ ସେକ୍ସୁଆଲ ଲାଇଫ ବିତାଇବାକୁ ଚାହୁଁଛନ୍ତି ତେବେ ନକାରାତ୍ମକ ଭାବନା ବା ଚିନ୍ତାଧାରା ରୁ ଯଥା ସମ୍ଭଵ ଦୂରେଇ ରୁହନ୍ତୁ । କାରଣ ଏହା ଯୌନ ଅକ୍ଷମତା ଏବଂ ଶିଥିଲତା ଉପରେ ବିଶେଷ ପ୍ରଭାବ ପକାଇ ଥାଏ । ଏହାଛଡା ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆପଣ ଏହାର ଚିକିତ୍ସା ନେଇ ପାରିବେ ।

Leave a Reply

Your email address will not be published. Required fields are marked *