ଟପ୍ 5 ଓଡିଆ Hero ଙ୍କ ପ୍ରକୃତ ଘର କେଉଁଠି, ଜାଣନ୍ତୁ

ଦର୍ଶକବନ୍ଧୁ ଆପଣମାନେ ତ ଓଡ଼ିଆ ଫିଲ୍ମ ନିଶ୍ଚିନ୍ତ ଭାବରେ ଦେଖୁଥିବେ । ଓଡ଼ିଆ ସିନେମା ରେ ଅଭିନୟ କରୁଥିବା ହିରୋ ମାନଙ୍କୁ ମଧ୍ୟ ଖୁବ୍ ପସନ୍ଦ କରୁଥିବେ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି ହିରୋ ମାନଙ୍କ ପ୍ରକୃତ ଘର କେଉଁଠି । ତେବେ ଆଜି ଆମେ ଓଡ଼ିଆ ଚଳଚ୍ଚିତ୍ର ଜଗତର କିଛି ଟପ ହିରୋ ମାନଙ୍କ ଘର କୋଉଠି । ତେବେ ଚାଲନ୍ତୁ ଜାଣିବା ।

୧:- ଅନୁଭବ ମହାନ୍ତି:- ଓଡ଼ିଆ ଚଳଚ୍ଚିତ୍ର ଜଗତର ଭାଇଯାନ ହେଉଛନ୍ତି ଅନୁଭବ ମହାନ୍ତି । ନିଜର ଦମଦାର ଅଭିନୟ ଏବଂ ବଡ୍ଡି ଦ୍ଵାରା ସମସ୍ତଙ୍କୁ ନିଜର ଫ୍ୟାନ ବନାଇଛନ୍ତି । ଅନୁଭବ ଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକ ମାନଙ୍କ ଭିଡ଼ ଲାଗିରହିଥାଏ । ଅନୁଭବ ଙ୍କ ଫିଲ୍ମ ସବୁବେଳେ ହିଟ ହୋଇଥାଏ । ଅନୁଭବ ଙ୍କ ପତ୍ନୀ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଟନ୍ତି । ତେବେ ଅନୁଭବ ମହାନ୍ତି ଙ୍କ ଘର କଟକ ସହରରେ ଅବସ୍ଥିତ ।

୨:- ବାବୁଶାନ ମହାନ୍ତି :- ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପର ହିଟ ହିରୋ ହେଉଛନ୍ତି ବାବୁଶାନ ମହାନ୍ତି । ନିଜର ଲଗାତାର ଦମଦାର ଅଭିନୟ ଏବଂ ଚମତ୍କାର ଫାଇଟ୍ଟିଂ ସିନ ଦ୍ବାରା ସମସ୍ତଙ୍କ ମନରେ ରାଜ କରନ୍ତି ବାବୁଶାନ । ସେ କେବଳ ଭଲ ଅଭିନେତା ନୁହନ୍ତି ବରଂ ସେ ଜଣେ ବହୁତ୍ ଭଲ ଗୀତିକାର ମଧ୍ୟ । ନିଜର ସ୍ଵରରେ ବହୁତ୍ ହିଟ ହିଟ ଗୀତ ଗାଇ ଦର୍ଶକଙ୍କ ହୃଦୟ କିଣିଛନ୍ତି । ବାବୁଶାନ ଙ୍କ ଫିଲ୍ମ ଦେଖିବା ପାଇଁ ଲୋକ ଜଗି ବସିଥାନ୍ତି । ତେବେ ସୁପରଷ୍ଟାର ବାବୁଶାନ ମହାନ୍ତି ଙ୍କ ଘର ବାରିପଦା ରେ ଅବସ୍ଥିତ ।

୩:- ସବ୍ୟସାଚୀ ମିଶ୍ର:- ଓଡ଼ିଆ ସିନେମା ଜଗତରେ ସବ୍ୟସାଚୀ ମିଶ୍ରଙ୍କୁ କିଏ ଅବା ନ ଜାଣେ । ନିଜର ଚମତ୍କାର ଅଭିନୟ ସହ ଲୋକଙ୍କୁ ସାହାଯ୍ୟ କରି ତାଙ୍କ ହୃଦୟରେ ଗୋଟେ ସ୍ଵତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି ସବ୍ୟସାଚୀ । ସେ କେବଳ ସିନେମା ଜଗତରେ ହିରୋ ନୁହନ୍ତି ବରଂ ସେ ଆମ ଓଡ଼ିଶାର ରିଅଲ ହିରୋ ଅଟନ୍ତି । ସବ୍ୟସାଚୀ ଙ୍କ ଧର୍ମପତ୍ନୀ ଅଟନ୍ତି ଓଡ଼ିଆ ସିନେମା ର ଚକୋଲେଟ ଗର୍ଲ ଅର୍ଚ୍ଚିତା ସାହୁ । ତେବେ ସବ୍ୟସାଚୀ ଙ୍କ ପ୍ରକୃତ ଘର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ।

୪:- ବୁଦ୍ଧାଦିତ୍ୟ ମହାନ୍ତି:- ଓଡ଼ିଆ ସିନେମା ଜଗତରେ ଅମିତାଭ ହେଉଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି । ନିଜର ଦମଦାର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କୁ ହସାନ୍ତି ମଧ୍ୟ ଏବଂ କନ୍ଦାନ୍ତି ମଧ୍ୟ । ତାଙ୍କର ସବୁ ଫିଲ୍ମ ହିଟ ହେବ ସହ ନମ୍ବର ୱାନ ମଧ୍ୟ । ତାଙ୍କର ଫିଲ୍ମ ନନ୍ଦିନୀ ଆଇ ଲଭ ୟୁ,ପ୍ରେମ ରୋଗୀ,ତୁ ଥିଲେ ମୋ ଡର କାହାକୁ ବହୁତ ପରିମାଣରେ ଦର୍ଶକଙ୍କୁ ତାଙ୍କ ଆଡ଼କୁ ଟାଣି ଆଣିଥିଲା । ତେବେ ବୁଦ୍ଧାଦିତ୍ୟ ମହାନ୍ତି ଙ୍କ ଘର କଟକ ସହରରେ ଅବସ୍ଥିତ ।

୫:- ସିଦ୍ଧାନ୍ତ ମହପାତ୍ର :- ଓଡ଼ିଆ ସିନେମା ଜଗତରେ ଲୋକପ୍ରିୟ ଅଭିନେତା ଏବଂ ୱାନ ପିସ ହିରୋ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ମହାପାତ୍ର ଙ୍କୁ ଲୋକ ମୁନା ଭାଇ ଭାବରେ ମଧ୍ୟ ଜାଣନ୍ତି । ନିଜର ଚମତ୍କାର,ଦମଦାର, ଲାଜବାବ ଅଭିନୟ ଦର୍ଶାଇ ଲୋକଙ୍କୁ ନିଜର ଦିୱାନା କରିଛନ୍ତି ସିଦ୍ଧାନ୍ତ ମହାପାତ୍ର । ଗୋଟେ ପରେ ଗୋଟେ ହିଟ ଫିଲ୍ମ ଦେଇ ଦର୍ଶକ ଙ୍କ ମନରେ ଘର କରିଛନ୍ତି ସିଦ୍ଧାନ୍ତ । ତାଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକ ଙ୍କ ଧାଡ଼ି ପଛରେ ଧାଡ଼ି ଲାଗିରହିଥାଏ । ତେବେ ସିଦ୍ଧାନ୍ତ ମହାପାତ୍ର ଙ୍କ ନିଜ ଘର ବ୍ରହ୍ମପୁର ସହରରେ ଅବସ୍ଥିତ ।

ତେବେ ଆପଣଙ୍କ ପ୍ରିୟ ହିରୋ କିଏ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *