Ollywood ର Top 5 Actor ଯେଉଁମାନେ ବାହାଘର ପରେ ଅଲଗା ହୋଇଯାଇଛନ୍ତି !

ନମସ୍କାର ବନ୍ଧୁଗଣ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ଆମ ବ୍ୟସ୍ତମୟ ଜୀବନରେ ରଙ୍ଗ ଭରିଦେଇଥାନ୍ତି । ଏବଂ ନିଜ ଅଭିନୟ ଦ୍ୱାରା ଆମର ସବୁ ଚିନ୍ତା ଦୂର କରିଥାନ୍ତି । ତେବେ ଚଳଚ୍ଚିତ୍ର ରେ ବିବାହ ବିଚ୍ଛେଦ ଦେଖିବାକୁ ଭଲ ଲାଗିଥାଏ ସତ କିନ୍ତୁ ବାସ୍ତବ ଜୀବନରେ ଘଟିଲେ ଏହା ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର କିଛି ଏମିତି କଳାକାର ଙ୍କ ବିଷୟରେ କହିବୁ ଯିଏ ଭଲ ପାଇଁ ବିବାହ କରିବା ପରେ ମଧ୍ୟ ଛାଡପତ୍ର ନେଇ ବିଚ୍ଛେଦ ହୋଇଛନ୍ତି । ତେବେ ଚାଲନ୍ତୁ ଜାଣିବା ।

୧:- ରଚନା ବାନାର୍ଜୀ:- ନିଜର ଚମତ୍କାର ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟରେ ରାଜ କରିଥାନ୍ତି ରଚନା । ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ତାଙ୍କ ଅଭିନୟ ଦେଖି ଲୋକ ମୋହିତ ହୋଇଯାଆନ୍ତି । ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ସମସ୍ତ ଓଡ଼ିଆ ମାନଙ୍କ ହୃଦୟରେ ରାଜ କରନ୍ତି ରଚନା । ସେ ୨୦୦୩ ମସିହାରେ ପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୦୪ ରେ ଦୁହିଙ୍କ ଭିତରେ ଘଟିଥିବା ମନାନ୍ତର ପାଇଁ ଛାଡପତ୍ର ଦେଇଥିଲେ ।

୨:- ପ୍ରିୟା ଚୌଧୁରୀ:- ଓଡ଼ିଆ ଚଳଚ୍ଚିତ୍ର ଜଗତର ଚୁଲବୁଲି ନାୟିକା ଅଟନ୍ତି ପ୍ରିୟା । ନିଜର ସୁନ୍ଦରତା ଏବଂ ଅଭିନୟ ଦ୍ବାରା ଲୋକପ୍ରିୟତା ହାସଲ କରିଥିଲେ । ବହୁତ ହିଟ ଫିଲ୍ମ ମଧ୍ୟ କରିଛନ୍ତି । ସେ ୨୦୧୩ ମସିହାରେ ଦୁର୍ଗା ପ୍ରସାଦ ଙ୍କୁ ବିବାହ କରିଥିଲେ କିନ୍ତୁ ପରେ ତାଙ୍କର ଛାଡପତ୍ର ହୋଇଥିଲା । ବର୍ତ୍ତମାନ ସେ ଦ୍ଵିତୀୟ ବିବାହ କରି ଖୁସିରେ ଅଛନ୍ତି ।

୩:- ସବ୍ୟସାଚୀ ମିଶ୍ର:- ଓଡ଼ିଶାର ହିରୋ ସବ୍ୟସାଚୀ ଙ୍କୁ କିଏ ନ ଜଣେ । ତାଙ୍କର ବ୍ୟବହାର ସହ ଅଭିନୟ ଏତେ ସୁନ୍ଦର ଯେ ସମସ୍ତେ ତାଙ୍କୁ ଭଲ ପାଇବାକୁ ବାଧ୍ୟ ହୋଇଥାନ୍ତି । ସବ୍ୟସାଚୀ ନିଜର ଫିଲ୍ମ କ୍ୟାରିଅର ରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସେ ୨୦୦୮ ମସିହାରେ ସୀମା ମିଶ୍ର ଙ୍କୁ ବିବାହ କରିଥିଲେ କିନ୍ତୁ ପରେ ୨୦୧୩ ରେ ତାଙ୍କର ଛାଡପତ୍ର ହୋଇଥିଲା । ବର୍ତ୍ତମାନ ସବ୍ୟସାଚୀ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚକୋଲେଟ ଗର୍ଲ୍ ଅର୍ଚ୍ଚିତା ସାହୁ ଙ୍କୁ ବିବାହ କରିଛନ୍ତି ଏବଂ ଖୁବ୍ ଖୁସିରେ ମଧ୍ୟ ଅଛନ୍ତି ।

୪:- ସିଦ୍ଧାନ୍ତ ମହାପାତ୍ର:- ଓଡ଼ିଆ ସିନେମା ଜଗତର ମୁନା ଭାଇ ମାନେ ସର୍ବଶ୍ରେଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିଜର ଅଭିନୟ ଦ୍ୱାରା ସମସ୍ତଙ୍କ ମନରେ ରାଜ କରିଥାନ୍ତି । ସେ ୨୦୦୩ ରେ ସୁନ୍ଦରୀ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ପ୍ରେମ ବିବାହ କରିଥିଲେ କିନ୍ତୁ ପରେ ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେଇଥିଲେ । ଏବଂ ପରେ ସେ ମାମା ମିଶ୍ର ଙ୍କୁ ବିବାହ କରିଥିଲେ ।

୫:- ଅନୁ ଚୌଧୁରୀ:- ଓଡ଼ିଆ ସିନେମା ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଅନୁ ଚୌଧୁରୀ ଦେଖିବାକୁ ବହୁତ ସୁନ୍ଦର । ତାଙ୍କର ଅଭିନୟ କିଛି ନିଆରା । ସେ ଓଡ଼ିଆ ସିନେମା ରେ ବହୁତ ଅଭିନୟ କରିଛନ୍ତି । ସେ ୨୦୦୬ ମସିହାରେ ସନ୍ଦୀପ ମିଶ୍ର ଙ୍କୁ ବିବାହ କରିଥିଲେ କିନ୍ତୁ ବାହାଘରର ଛଅ ବର୍ଷ ପରେ ମାନେ ୨୦୧୨ ରେ ଦୁହେଁ ଛାଡପତ୍ର ନେଇଥିଲେ । ତେବେ ଆପଣଙ୍କ ପାସନ୍ଦିତ ଅଭିନେତ୍ରୀ କିଏ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *