ପାଳଙ୍ଗ ଶାଗର ଚମତ୍କାରୀ ଫାଇଦା, ମୂଳରୁ ଶେଷ କରେ ଏହି 5 ଟି ବଡ ରୋଗ ( Healthy Tips )

ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ଆଜିକାଲି ଆମ ମାନଙ୍କର ଜୀବନ ଶୈଳୀ କିଛି ଏପରି ହୋଇ ଯାଇଛି ଯାହା କାରଣ ରୁ ଆମେ ମାନେ ସମୟ ସମୟ ରେ ଅନେକ ରୋଗ ରେ ଗ୍ରସ୍ତ ହୋଇ ଅନେକ ପୀଡା ଓ କଷ୍ଟ ଅନୁଭବ କରୁଅଛୁ । କିନ୍ତୁ ଖୁବ କମ ଲୋକ ହିଁ ଏହା ବିଷୟ ରେ ଅବଗତ ହୋଇଥିବେ କି ପ୍ରକୃତି ନିଜ ମଧ୍ୟରେ ଅନେକ ରୋଗର ନିବାରଣ କୁ ଧାରଣ କରି ରଖିଛି । ସେହି ସବୁ ମଧ୍ୟରୁ ପାଳଙ୍ଗ ଶାଗ ଏକ ଏପରି ଶାଗ ଅଟେ ଯେଉଁଥିରେ କି ଅନେକ ପ୍ରକାରର ଭିଟାମିନ୍ସ ଭରି ହୋଇ ରହିଛି ।

ତାହା ସହ ଏହା ଆମ ଶରୀର କୁ ଅନେକ ରୋଗ ରୁ ମଧ୍ୟ ରକ୍ଷା କରିଥାଏ ।  ସେ ବିଷୟରେ ଜାଣିବା ଟିକେ ବିସ୍ତାର ରେ, ବନ୍ଧୁଗଣ ପାଳଙ୍ଗ ଶାଗ ଏକ ଏପରି ଶାଗ ଅଟେ, ଯେଉଁଥିରେ କି ଔଷଧୀୟ ଗୁଣ ପୂର୍ଣ୍ଣ ହୋଇ ରହିଥାଏ । ପାଳଙ୍ଗ ରେ ଆଇରନ ଓ ପୋଟାସିୟମ ପ୍ରଚୁର ପରିମାଣ ରେ ଭରି ହୋଇ ରହିଥାଏ ।

ଏହା ବ୍ୟତୀତ ପାଳଙ୍ଗ ରେ ପ୍ରଚୁର ପରିମାଣ ରେ ଭିଟାମିନ A ଓ ଭିଟାମିନ K ମଧ୍ୟ ରହିଥାଏ । ଏହାସହ ଏଥିରେ ଫଲିକ ଏସିଡ, ଭିଟାମିନ B2 ଓ ଭିଟାମିନ B6 ମଧ୍ୟ ପ୍ରଚୁର ପରିମାଣ ରେ ରହିଥାଏ । ପାଳଙ୍ଗ ରେ ଖୁବ କମ ମାତ୍ରାରେ କ୍ଯାଲୋରି ରହିଥାଏ । ତେଣୁ ଏହାକୁ ଦ୍ଵାରା ଶରୀରରେ କ୍ୟାଲୋରି ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ ।

ଯେଉଁ ମାନେ ଡାଏଟିଙ୍ଗ କରିବାକୁ ଚାହୁଁଛନ୍ତି ସେମାନେ ନିଶ୍ଚୟ ପାଳନାଗର ସେବନ କରନ୍ତୁ । ଦ୍ଵିତୀୟ ଟି ହେଉଛି ପାଳଙ୍ଗ ରେ ଫାଇବର ର ମାତ୍ରା ଅଧିକ ମାତ୍ରରେ ରହିଥାଏ ।  ତେଣୁ ଏହା ହଜମ କ୍ରିୟା କୁ ଭଲ କରେ । ତାହାସହ ଏହାକୁ ଖାଇବା ଦ୍ଵାରା କୋଷ୍ଟକାଠିନ୍ୟତା ସମସ୍ଯା ରୁ ମଧ୍ୟ ମୁକ୍ତି ମିଳିଥାଏ । ପାଳଙ୍ଗ ରେ ପ୍ରଚୁର ପରିମାଣ ରେ ଜିଙ୍କ୍ ଓ ମଗ୍ନେସିୟମ ଭରି ହୋଇ ରହିଥାଏ । ଯାହା ମୁଡ କୁ ଠିକ କରିବାକୁ ସାହାର୍ଯ୍ୟ କରିଥାଏ ।

ଏହା ବ୍ଯତୀତ ପାଳଙ୍ଗ ଖାଇବା ଦ୍ଵାରା ହାଡ ମଧ୍ୟ ଶକ୍ତିଶାଳୀ ହୋଇ ରହିଥାଏ । ଏହାର ସେବନ ଦ୍ଵାରା ଆଣ୍ଠୁ ଗଣ୍ଠି ସମସ୍ଯା ରୁ ମଧ୍ୟ ମୁକ୍ତି ମିଳିଥାଏ । ପାଳଙ୍ଗ ର ସେବନ ଦ୍ଵାରା ଶରୀର ରେ ଥିବା ରକ୍ତ ହୀନତା ଦୂର ହୋଇଥାଏ । ପାଳଙ୍ଗ ରେ ଥିବା ଆଇରନ ଶରୀରରେ ହିମୋଗ୍ଲୋବିନ ତିଆରି ରେ ସହାୟକ ହୁଏ ।

ଯେଉଁ ମାନେ ଶରୀରରେ ଅଧିକ ରୁ ଅଧିକ ଥକ୍କାପଣ ଅନୁବହବ କରୁଛନ୍ତି ସେମାନେ ପ୍ରଚୁର ପରିମାଣରେ ପଳାଙ୍ଗର ସେବନ କରିବା ଆରମ୍ଭ କରି ଦିଅନ୍ତୁ । ଗର୍ଭବତୀ ମହିଳା ମାନେ ଯଦି ଗର୍ଭାବସ୍ଥା ସମୟରେ ପାଳଙ୍ଗ ର ସେବନ କରନ୍ତି ତେବେ ଏହା ମା ଓ ଶିଶୁ ଉଭୟ ଙ୍କ ପାଇଁ ଖୁବ ଭଲ ହୋଇଥାଏ ।

ଯେଉଁ ଲୋକ ମାନଙ୍କୁ କିଡନୀରେ ଷ୍ଟୋନ ଜନିତ ସମସ୍ଯା ରହିଥାଏ ବା  ଯେଉଁ ଲୋକ ମାନଙ୍କୁ ଗଣ୍ଠିଆ ରୋଗ ଥାଏ ସେମାନଙ୍କ ପାଇଁ ପାଳଙ୍ଗ ର ସେବନ କରିବା ଠିକ ନୁହେଁ । କାରଣ ପାଳଙ୍ଗ ରେ ଫାଇବାର ଅଧିକ ମାତ୍ରା ରେ ଥିବା କାରଣ ହେତୁ ଗ୍ୟାଷ୍ଟିକ ରୋଗୀ ମାନଙ୍କର ପାଇଁ ମଧ୍ୟ ପାଳଙ୍ଗ ର ସେବନ ଉଚିତ ନୁହେଁ ।

ପାଳଙ୍ଗରେ ଅନେକ ପ୍ରକାରର ଔଷଧୀୟ ଗୁଣ ମନ ରହିତହେ । ଏହାକୁ ଅଧିକ ସମୟ ଧରି ରାନ୍ଧିବା ଦ୍ଵାରା ଏହାର ଔଷଧୀୟ ଗୁଣ ନଷ୍ଟ ହୋଇ ଯାଇଥାଏ । ତେଣୁ ଏହାକୁ ଅଳ୍ପ ରାନ୍ଧିବା ଖାଇବା ଅବା ଷ୍ଟିମ କରି ଖାଇବା ଅଥବା ଜୁଷ କରି ଖାଇବା ଶରୀର ପକ୍ଷେ ଭଲ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ        

Leave a Reply

Your email address will not be published. Required fields are marked *