ଥଣ୍ଡା ,କାଶ, ଜ୍ଵର ମାତ୍ର 1 ଦିନରେ ଗାୟବ ହୋଇଯିବ, କରନ୍ତୁ ଏହି ରାମବାଣ ଉପଚାର ( Healthy Tips )

ବନ୍ଧୁଗଣ ଥଣ୍ଡା, କାଶ, କଫ, ଓ ଜ୍ଵର ଭଳି ରୋଗ ମଣିଷକୁ ଅସ୍ତବ୍ୟସ୍ତ କରିଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବୁ ଯାହାକୁ ଆପଣ କେବଳ ଥରେ ବ୍ୟବହାର କରି ଏହି ସବୁ ରୋଗ ଠାରୁ ଦୂରେଇ ରହିପାରିବେ । ଏହି ଉପାୟଟି ଛୋଟ ପିଲା ଠାରୁ ବଡ଼ ପିଲା ଯାଏଁ ସମସ୍ତେ ପ୍ରୟୋଗ କରିପାରିବେ । ଏହି ଉପାୟଟି ବହୁତ ସହଜ ଏବଂ ସରଳ । ତେବେ ଚାଲନ୍ତୁ ଜାଣିବା । ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଏହି ଉପଚାର ପାଇଁ ପ୍ରଥମେ ଆପଣ ଗୋଟେ ପାତ୍ରରେ ଏକ ଗ୍ଲାସ ପାଣି ନେଇ ତାହାକୁ ଗ୍ୟାସ ରେ ବସାନ୍ତୁ । ପାଣି ଟିକେ ଗରମ ହୋଇଆସିଲେ ସେଥିରେ ୧୦ ରୁ ୧୨ଟି ଗୋଲମରିଚ ଛେଚି ପକାଇଦିଅନ୍ତୁ । ଗୋଲମରିଚ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଏହାର ପ୍ରୟୋଗ ଦ୍ଵାରା ଆମର ବହୁତ ପ୍ରକାରର ଲାଭ ହୋଇଥାଏ । ଏହାପରେ ଏଥିରେ ୨ଟି ଲବଙ୍ଗ ମିଶାନ୍ତୁ । ଲବଙ୍ଗ ଆମେ ରୋଷେଇ କରିବା ସମୟରେ ବ୍ୟବହାର କରିଥାଉ ।

କିନ୍ତୁ ଏହା ଥଣ୍ଡା, ଜ୍ଵର, କାଶ ଇତ୍ୟାଦି ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏହାପରେ ଆପଣ ଏଥିରେ ଏକ ଚାମଚ ଜୁଆଣି ମିଶାଇ ଦିଅନ୍ତୁ । ଜୁଆଣି ମଧ୍ୟ ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଏହାପରେ ଏଥିରେ କିଛି ସୁଣ୍ଠି ମିଶାନ୍ତୁ । ଏବଂ ଶେଷରେ ଏଥିରେ ୬ରୁ ୭ଟି ତୁଳସୀ ପତ୍ରକୁ ମିଶାନ୍ତୁ । ତୁଳସୀ ପତ୍ର ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ ।

ସବୁ କିଛି ଭଲରେ ଗୋଳାଇ ଏହାକୁ ଫୁଟିବାକୁ ଛାଡ଼ିଦିଅନ୍ତୁ । ଏହାପରେ ଏହି ମିଶ୍ରଣ ଟିକୁ ଭଲ ଭାବରେ ଛାଣି ନିଅନ୍ତୁ ଏବଂ  ଏହାକୁ ସକାଳେ ଖାଲି ପେଟରେ ପିଅନ୍ତୁ । ଏପରି କରିବା ଦ୍ବାରା ଥଣ୍ଡା, କାଶ,ଜ୍ଵର,ଇତ୍ୟାଦି ପରି ରୋଗ ଆପଣଙ୍କ ଠାରୁ ଦୂରେଇ ରହିଥାନ୍ତି । ଏହି ଉପୟତି ଖୁବ ସହଜ ଏବଂ ଘରୋଇ ମଧ୍ୟ । ତେଣୁ ଏହାକୁ ନିଶ୍ଚୟ କରିକି ପିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ଆମ ସହିତ ଆଗକୁ ରହିବାପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *