ସକାଳୁ ବାସି ମୁହଁରେ ହାଲକା ଉଷୁମ ପାଣି ପିଇଲେ ଶରୀରରେ କଣ ହୋଇଥାଏ ? ଜାଣିଲେ ଚମକି ପଡିବେ ଆପଣ ( Healthy Tips )

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନଙ୍କୁ କହିବାକୁ ଚାହିବୁ ଯେ, ଯେଉଁ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ତାକୁ ନିଜର ରୋଗ ପାଇଁ ସମୟ ବାହାର କରିବାକୁ ପଡ଼ିବ । କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କିନ୍ତୁ ଏହା ତାଙ୍କର ଭୁଲ ଧାରଣା ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ସରଳ ଏବଂ ସହଜ ଉପାୟ କହିବୁ ଯାହାଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ରୂପରେ ଠିକ ରହିବ ।

କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀବନ କୁ ବହୁତ ଭଲ ଭାବରେ ଉପଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ । ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ ସେ ହେଉଛି ପାଣି । ପାଣି ଠାରୁ ଆଉ ଅଧିକ ଭଲ ଜିନିଷ କିଛି ନୁହେଁ । ପାଣି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ମଧ୍ୟ । ତେବେ ଆସନ୍ତୁ ଜାଣିବା ପାଣି ଦ୍ବାରା ଆମେ କିପରି ନିଜର ରୋଗ ରୁ ମୁକ୍ତି ପାଇ ପାରିବା ଏବଂ ନିଜର ସ୍ୱାସ୍ଥ୍ୟ ର ଯତ୍ନ ମଧ୍ୟ ନେଇ ପାରିବା ।

ତେବେ ସମସ୍ତଙ୍କ ଘରେ ଫ୍ରିଜ ଅଛି ଏବଂ ଗରମ କାଳ ରେ ସମସ୍ତେ ଥଣ୍ଡା ପାଣି ପିଇବାକୁ ବହୁତ ଭଲ ମଧ୍ୟ ପାଇଁ ଥାଆନ୍ତି । କିନ୍ତୁ ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ଫୁସଫୁସ ଖରାପ ହୋଇ ଯାଏ । ଏହା ଖରାପ ହେଲେ ଆମ ପେଟ ଖରାପ ହୋଇ ଯାଏ ଏବଂ ଖାଦ୍ୟ ହଜମ ହୁଏ ନାହିଁ । ଏହାଦ୍ବାରା ଖାଦ୍ୟ ସଢିବାକୁ ଲାଗିଯାଏ ।

ଯେଉଁ କାରଣରୁ ଆମେ ଖାଉଥିବା ସମସ୍ତ ଖାଦ୍ୟ ର ପୋଷଣ ଆମକୁ ମିଳି ନଥାଏ ଏବଂ ଆମ ଦେହ ଖରାପ ହେବାକୁ ଲାଗେ । ରକ୍ତ ମଧ୍ୟ ଖରାପ ହୋଇଯାଏ । ରକ୍ତ ଖରାପ ହେବା ଦ୍ୱାରା ଅନେକ ରୋଗ ସୃଷ୍ଟି ହୋଇ ଯାଏ । ଥଣ୍ଡା ପାଣି ପିଇବା ଦ୍ୱାରା ଏହା ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷ ଭାବରେ ଆମ ଶରୀରକୁ କ୍ଷତି କରିଥାଏ । ସେଥିପାଇଁ ଆମକୁ ସର୍ଵଦା ଉଷୁମ ପାଣି ପିଇବା ଉଚିତ ଅଟେ । କିମ୍ବା ପାଣି ଫୁଟାଇକି ମଧ୍ୟ ପିଇ ପାରିବେ ।

ଆୟୁର୍ବେଦ ରେ ଫୁଟା ପାଣି ର ଅନେକ ଗୁଣ ବିଷୟରେ କୁହା ଯାଇଛି । ଏହା ମଧ୍ୟ କୁହାଯାଏ କି ଫୁଟା ପାଣି କୁ ଯଦି ଆପଣ ବାସୀ ମୁହଁରେ ସେବନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ । କାରଣ ବାସି ମୁହଁରେ ଥିବା ଲାଳ ରେ ଅନେକ ଶକ୍ତି ରହିଥାଏ । ଲାଳ ରେ ଆଣ୍ଟିଫଁଗଲ ଅଛି ଆଣ୍ଟି ବ୍ୟାକଟ୍ରେରୀୟଲ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ।

ବାସି ମୁହଁରେ ପାଣି ପିଇବା ଦ୍ୱାରା ଆମର ପେଟ ସଫା ହୋଇ ଯାଇଥାଏ । ପେଟ ସଫା ହେବା ଦ୍ୱାରା ଆମର ଅନେକ ରୋଗ ଭଲ ହୋଇ ଯାଇଥାଏ । ବାସି ମୁହଁରେ ପାଣି ପିଇବା ଦ୍ୱାରା ଆପଣ ଙ୍କ ଓଜନ ମଧ୍ୟ କମିବାରେ ଲାଗେ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ କମି ଯାଇଥାଏ । ପେଟ ରେ ପଥର ହୋଇ ଯାଉଥିଲେ ତାହାକୁ ମଧ୍ୟ ଏହା ନଷ୍ଟ କରି ଦେଇଥାଏ ।

ଗରମ ପାଣି ପିଇବା ଦ୍ୱାରା ଆମ ରକ୍ତ ସଫା ହୋଇ ଥାଏ ଏବଂ ସଠିକ ଭାବରେ ରକ୍ତ ସଞ୍ଚାଳନ ମଧ୍ୟ ହୋଇଥାଏ ଏବଂ ଚେହେରା ରେ ଥିବା ବ୍ରଣ କିମ୍ବା ଅନ୍ୟ ଦାଗ କମି ଯାଇଥାଏ ଏବଂ ଚେହେରା ଉଜ୍ଜ୍ୱଳ ମଧ୍ୟ ହୋଇଯାଏ । ଏହା ବ୍ୟତୀତ ଯେଉଁ ମାନଙ୍କୁ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ଥାଏ ସେମାନଙ୍କ ପାଇଁ ମଧ୍ୟ ଏହା ଅନେକ ଲାଭଦାୟକ ଅଟେ । ଏହିପରି ଭାବରେ ଉଷୁମ ପାଣି ପିଇବା ଦ୍ୱାରା ଆମ ଶରୀର କୁ ଅନେକ ଲାଭ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *