କିଡନୀ ଖରାପ ହେବାର 9 ଟି ବଡ ସଙ୍କେତ, ସମୟ ଥାଇ ହେଇ ଯାଆନ୍ତୁ ସାବଧାନ ! ( Healthy Tips )

କିଡ୍ନି ଆମ ଶରୀରରେ ରକ୍ତ ପରିଷ୍କାର ର କାର୍ଯ୍ୟ କରିଥାଏ । ଆମ ଶରୀରରେ ଥିବା ଅଦରକାରୀ ଓ ବିଷକ୍ତ ଜିନିଷକୁ ଏହା ପରିଶ୍ରା ଦ୍ଵାରା ଶରୀରର ବାହାରକୁ ବାହାର କରିଥାଏ । ଶରୀରରେ ଜଳ ର ପରିମାଣ କୁ କିଡ୍ନି ସନ୍ତୁଳିତ ରଖିଥାଏ । ସେହି ଭଳି ଆମ ଶରୀରରେ ଲୁଣର ସନ୍ତୁଳତା ମଧ୍ୟ କିଡ୍ନି ରଖିଥାଏ । ଆଜି କାଲୀ କିଡ୍ନି ଫେଲ ଓ କିଡ୍ନି ଜନିତ ରୋଗ ଓ ସମସ୍ଯା ବେଶୀ ଦେଖା ଯାଉଛି ।  ତେବେ ଆଜି ଆମେ ଆପଣଙ୍କୁ କିଡ୍ନି ଫେଲ ର ମୁଖ୍ୟ ୯ ଟି କାରଣ କହିବୁ । ପ୍ରଥମ କାରଣ ହେଉଛି ପରିସ୍ରା ରୋକିବା ।

ଯଦି ଆପଣ ପରିଶ୍ରା କୁ ଅନେକ ସମୟ ପର୍ଯ୍ଯନ୍ତ ରୋକିବେ ତେବେ କିଡ୍ନି ଖରାପ ହୋଇଥାଏ । ଏହାକୁ କୁହାଯାଏ ହାଇଡ୍ରୋନେଥେସିସ । ଏହା ପରିଶ୍ରାକୁ ଓଲଟା ଶରୀର ଭିତରକୁ ନେଇଥାଏ ଯାହା ଫଳରେ କିଡ୍ନି ରେ ଇନଫେକସନ ହୋଇଥାଏ ।  ଦ୍ଵିତୀୟ କାରଣ ହେଉଛି ଅତ୍ୟଧିକ ଲୁଣ ଖାଇବା ।  ଲୁଣରେ ସୋଡିୟମ ରହିଥାଏ , ଯାହା ଆମ ଶରୀରକୁ ଦରକାର ।

କିଡ୍ନି ଆମ ଶରୀରେ ସଠିକ ଲୁଣ ର ପରମାଣ ସନ୍ତୁଳନ କରିଥାଏ , କିନ୍ତୁ ଏହା ଅତ୍ୟଧିକ ହେଲେ କିଡ୍ନି ଖରାପ ହୋଇଥାଏ । ତୃତୀୟ କାରଣ ହେଉଛି ପ୍ରୋଟିନ । ପ୍ରୋଟିନ ଆମ ଶରୀରକୁ ନିହାତି ଆବଶ୍ୟକ କିନ୍ତୁ ଏହା ଅତ୍ୟଧିକ ଖାଇବା ଦ୍ଵାରା ହଜମ ପାଇଁ ପାକସ୍ଥଳୀ ଉପରେ ବେଶୀ ଚାପ ପଡିଥାଏ । ଯାହା ଫଳରେ ଏହା କିଡ୍ନି ଓ ପାକସ୍ଥଳୀ କୁ ଖରାପ କରିଥାଏ ।

ସେହି ଭଳି ଅଧିକ କ୍ୟାଫିନ ଥିବା ଜିନିଷ ଖାଇବା ଦ୍ଵାରା ଯେମିତିକି କଫି , କୋଲ୍ଡ ଡ୍ରିଂକ , ଚକଲେଟ ଆଦି ଅତ୍ୟଧିକ ଖାଇବା ଦ୍ଵାରା ଉଚ ରକ୍ତଚାପ ହୋଇଥାଏ । ଯାହା ଫଳରେ କିଡ୍ନି କୁ ଅଧିକ ରକ୍ତ ପ୍ରବାହ ହୋଇଥାଏ । ଯାହା ଫଳରେ କିଡ୍ନି ରକ୍ତ ସଫା ପାଇଁ ଅଧିକ ଚାପ ପଡିଥାଏ ଓ କିଡ୍ନି ଫେଲ ହୋଇଥାଏ ।  ସେହିଭଳି ଧୂମ୍ରପାନ ମଧ୍ୟ ଅନ୍ୟ ଏକ କାରଣ ଅଟେ ।

ଧୂମରପାନ କରିବା ଦ୍ଵାରା ଏହା ହାର୍ଟ ର ଗତିକୁ ଦ୍ରୁତ କରିଥାଏ ।  ଯାହା ଫଳରେ ରକ୍ତ କିଡ୍ନି ରେ ରକ୍ତ ସକ୍ରିୟ ହୋଇଯାଏ ଓ ଅନେକ ଚାପ କିଡ୍ନି ଉପରେ ପଡେ ତେଣୁ ଏହା ଦ୍ଵାରା କିଡ୍ନି ଖରାପ ହୋଇଥାଏ । ପେନକିଲର ଖାଇବା ଦ୍ଵାରା ଏହା ଶରୀରରେ ରକ୍ତ ଗତି କୁ ଧୀର କରିଥାଏ ଓ କିଡ୍ନି ଉପରେ ଏହାର ପ୍ରଭାବ ପଡିଥାଏ ।

ବେଶୀ ମଦ ପିଇବା ଦ୍ଵାରା ଅଧିକ ପରିଶ୍ରା ଲାଗିଥାଏ । ଶରୀରରେ  ଜଳ ଅଂଶ ଠିକ ରହି ନ ଥାଏ ତେଣୁ କିଡ୍ନି ଉପରେ ପଡିଥାଏ । ମଦ ରେ ବିଷାକ୍ତ ଜିନିଷ ରହିଥାଏ । ତେଣୁ ଏହାକୁ ସଫା କରିବା ପାଇଁ କିଡ୍ନି କୁ ବେଶୀ କାର୍ଯ୍ୟ କରିବାକୁ ପଡିଥାଏ । ଯାହା ଫଳରେ କିଡ୍ନି ଖରାପ ହୋଇଥାଏ । ଆପଣ ଯଦି ଦିନକୁ ୫ ଘଣ୍ଟା ରୁ କମ ଶୋଇବେ ତେବେ ଏହାର ପ୍ରଭାବ ମଧ୍ୟ କିଡ୍ନି ଉପରେ ପଡିଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *